ପ୍ରବଳ ବର୍ଷାରେ ଉପୁଡ଼ିଲା ବିଶାଳ ଗଛ, ରାଜପଥରେ ଯାତାୟାତ ଠପ୍

ବ୍ରହ୍ମଗିରି: ପୁରୀ ସାତପଡ଼ା 316 ନମ୍ବର ଜାତୀୟ ରାଜପଥ ଉପରେ ବିଶାଳ ଗଛ ପଡି ରାସ୍ତା ଅବରୋଧ । ବ୍ରହ୍ମଗିରି  ରେବେଣା ନୂଆଗାଁ ମେଡିକାଲ ନିକଟ ରାଜ ରାସ୍ତାରେ ପଡିଛି ଗଛ । ପ୍ରବଳ ବର୍ଷା ଯୋଗୁଁ ମାଟିଖାଇ ରାସ୍ତା ଉପରେ ପଡି ଯାଇଛି ଗଛ । ରଥ ଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିଶମ ବିଭାଗ ପହଞ୍ଚି ଗଛ କାଟୁଛନ୍ତି ।

ସୂଚନା ଅନୁସାରେ, ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହେବାରୁ ଗଛର ମୂଳ ଚାରିପାଖର ମାଟି ଧୋଇଯାଇଥିଲା  । ଫଳରେ ଗଛଟି ଭାରସାମ୍ୟ ହରାଇ ହଠାତ୍ ରାସ୍ତା ଉପରେ ପଡ଼ିଯାଇଥିଲା । ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା କାମ ଆରମ୍ଭ କରିଛନ୍ତି । ଗଛକୁ ସମ୍ପୂର୍ଣ୍ଣ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୀଘ୍ର ରାସ୍ତା ସଫା କରି ଯାତାୟାତ ସୁଚାରୁ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

 

Also Read: ଆଜି ପବିତ୍ର ଘୋଷଯାତ୍ରା, ରଥରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଚାହିଁରହିଛନ୍ତି ଭକ୍ତ