ତୀର୍ଥଧାମ ବଦ୍ରିନାଥରେ ପ୍ରବଳ ବରଫ ପାତ, ଫସି ରହିଛନ୍ତି ୪୨ ଓଡ଼ିଆ ତୀର୍ଥଯାତ୍ରୀ

ଭୁବନେଶ୍ବର (କେନ୍ୟୁଜ୍) : ଉତ୍ତରାଖଣ୍ଡର ତୀର୍ଥଧାମ ବଦ୍ରିନାଥରେ ଫସି ରହିଛନ୍ତି ୪୨ ଜଣ ଓଡ଼ିଆ ତୀର୍ଥଯାତ୍ରୀ । ଦର୍ଶନ ସାରି ଫେରୁଥିବା ବେଳେ ପ୍ରବଳ ତୁଷାରପାତ ହୋଇଥିଲା । ଫଳରେ ଏମାନେ ଏକ ଧର୍ମଶାଳାରେ ଆଶ୍ରୟ ନେଇଛନ୍ତି । ଗତ ୨୬ ତାରିଖରେ ଏମାନେ ସମସ୍ତେ ଦର୍ଶନ ପାଇଁ ବାହାରିଥିଲେ । ଏହି ସମସ୍ତ ତୀର୍ଥଯାତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି ।

BADRINATH-2

ଉଭୟ ତୀର୍ଥଧାମ ବଦ୍ରିନାଥ ଓ କେଦାର ନାଥ ସମେତ ଗଙ୍ଗୋତ୍ରୀ ଓ ଯମୁନୋତ୍ରୀରେ ପ୍ରବଳ ତୁଷାରପାତ ଜାରି ରହିଛି । ଏଠାରେ ଏବେ ତାପମାତ୍ରା ମାଇନ୍ସ ୬ ଡିଗ୍ରୀ ରହିଛି । ସାରା ଅଞ୍ଚଳ ବରଫରେ ଢାଙ୍କି ହୋଇଯାଇଛି । ରାସ୍ତା ଘାଟ ସବୁ ବରଫରେ ପୋତି ହୋଇଯାଇଛି । ତେଣୁ ଯାନବାହନ ତ ଦୂରର କଥା ଚାଲି କରି ବି ଯିବା ସମ୍ଭବ ହେଉନାହିଁ । ସେଥିଲାଗି ତୀର୍ଥଯାତ୍ରୀମାନେ ବିଭିନ୍ନ ଆଶ୍ରୟ ସ୍ଥଳୀରେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଘରେ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଉ କିଛି ଦିନ ଏଭଳି ପାଗ ଲାଗି ରହିବ ।