କୋଇଡାରେ ଦ୍ଵିତୀୟ ଦିନରେ ଭୀଷଣ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଚଳିତ ବର୍ଷର ଦ୍ଵିତୀୟ ଦିନରେ ବି ଭୀଷଣ ତୁଷାରପାତ ଦେଖିବାକୁ ମିଳିଥିବା ବେଳେ ଆଜି ରାତ୍ରୀ ତୁଷାରପାତ ଜାରି ରହିଛି । ରାତ୍ରିରେ ତାପମାତ୍ରା ୫ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି ।  ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି ।

ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଖଣି ଅଞ୍ଚଳ ହୋଇଥିବାରୁ ବିଶେଷ କରି ରାତ୍ରି ସିପ୍ଟ , ଓ ସକାଳୁ କାର୍ଯ୍ୟକୁ ଯାଉଥିବା ଶ୍ରମିକ , ଖଟିକିଆ ଶ୍ରମିକ , ଗରିବ ବୃଦ୍ଧ ବୃଦ୍ଧା ବେଶୀ ଡହଳବିକଳ ହେବାର ନଜିର ରହିଛି ।  କୋଇଡାର ଟେନସା , କାଲଟା , ମାଲଦା , କୋଇଡା ହେଡକ୍ଵାଟର୍ସ, କାଶୀରା ପ୍ରମୁଖ ପାରଦ ଖସି ଅତ୍ୟଧିକ ମାତ୍ରାରେ ତୁଷାର ପାତ ଦେଖିବାକୁ ମିଳିଥିଲା । ପୁର୍ବରୁ ପାଣିପାଗ ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡକୁ ୟେଲୋ ୱାର୍ଣିଂ ଦିଆଯାଇଛି ।