ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):  ୱେଲ ମାର୍କଡ ଲୋପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ୱେଲମାର୍କଡ ଲୋପ୍ରେସର ସକ୍ରିୟ। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସାରା ବିକ୍ଷିପ୍ତ ବର୍ଷା ସହ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳର ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ବର୍ଷା ଖରିଫ ଫସଲ ପାଇଁ ଲାଭଦାୟକ ହେବ ବୋଲି କୁହାଯାଇଛି।

ତେବେ ପ୍ରବଳ ବର୍ଷା ହେବାକୁ ଥିବା ତଳିଆ ଅଞ୍ଚଳରେ ଜଳବନ୍ଦୀ ସହ ଟ୍ରାଫିକ ସମସ୍ୟା ଉପୁଜି ପାରେ ବୋଲି ମଧ୍ୟ ଚେତେଇ ଦେଇଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ବର୍ଷା ନିଅଣ୍ଟିଆ ବର୍ଷାକୁ ଭରଣା କରିବାରେ ସହାୟକ ହେବ। ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.