କଟକ ଫୁଲନଖରା ଠାରୁ ନିଆଳି ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କଟକଣା

କଟକ : ୬୦ ନମ୍ବର ରାଜ୍ଯ ସଡ଼କପଥ ଅନ୍ତର୍ଗତ କଟକ ଫୁଲନଖରା ଠାରୁ ନିଆଳି ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା । ଲଘୁ ଏବଂ ବୃହତ ଖଣିଜ ଦ୍ରବ୍ୟ ପଦାର୍ଥ ପରିବହନ କରୁଥିବା ଭାରି ଯାନବାହାନ ଚଳାଚଳ ହେତୁ ଟ୍ରାଫିକ ସମସ୍ୟା ଉପୁଜିବା ସହ ରାସ୍ତା ଗୁଡ଼ିକ ଖରାପ ହେଉଛି ।
ଏଥି ସହ ବହୁ ସମୟରେ ଦୁର୍ଘଟଣାମାନ ଘଟୁଥିବାର ପରିଲକ୍ଷିତ ହେଉଛି । ଜନସାଧାରଣଙ୍କ ସୁରକ୍ଷା ଏବଂ ସୁବିଧା ଗମନାଗମନ ହେତୁ ତଥା ସଡ଼କର ସ୍ଥାୟୀତ୍ବ ଓ ସୁରକ୍ଷା ସର୍ଭେ କାର୍ଯ୍ୟ ନିମନ୍ତେ ଜାନୁଆରୀ ୨୪ ତାରିଖ ଓ ୨୫ତାରିଖ ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ଭାରିଯାନ ଚଳାଚଳ ନିୟନ୍ତ୍ରଣ ଓ କଟକଣା ଉପରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୋଟର ଯାନ ନିୟମାବଳୀ ଧାରା ଅଧିନିୟମ ୧୧୫ ଅନୁଯାୟୀ ବିଜ୍ଞପ୍ତି ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ଵାରା ସୂଚନା ପ୍ରଦାନ କରାଯାଇଛି ।