ଶେଷ ପର୍ଯ୍ୟାୟ ନିର୍ବାଚନ: କ୍ୟାମ୍ପେନ ପାଇଁ ଭଦ୍ରକକୁ ଆସୁଛନ୍ତି ତିନି ପ୍ରମୁଖ ଦଳର ହେଭିୱେଟ ନେତା

ଭୁବନେଶ୍ୱର (କେନ୍ୟୁଜ): ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରିବ ପ୍ରଚାର ।  କ୍ୟାମ୍ପେନ ପାଇଁ ଭଦ୍ରକ ଜିଲ୍ଲାକୁ ଆସୁଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସର ହେଭିୱେଟ ଓ ଷ୍ଟାର ପ୍ରଚାରକମାନେ ।  ଆଜି ଭଦ୍ରକ ସଂସଦୀୟ କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ରାହୁଲ ଗାନ୍ଧୀ ।  ସେ ଭଦ୍ରକ ଜିଲ୍ଲାର ରାଣୀତାଲ ଠାରେ ଦିନ ୧୧ଟା ୩୦ରେ ପହଞ୍ଚି ନିର୍ବାଚନ ସଭାରେ ଯୋଗ ଦେବେ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମତୋ ଠାରେ କ୍ୟାମ୍ପେନ କରିବେ । ଅପରାହ୍ଣ ୪ ଟା ୨୫ ମିନିଟରେ ମତୋରେ ପହଞ୍ଚି ନିର୍ବାଚନ ସଭାକୁ ସମ୍ବୋଧନ କରିବେ । ଫାଇଭ ଟି ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଭଦ୍ରକ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଂଚଳ କୁ ଯାଇ ମାରାଥନ ନିର୍ବାଚନ ପ୍ରଚାର କରିବେ ।  ସେ ପ୍ରଥମେ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଥିବା ସୋର ନିର୍ବାଚନ ମଣ୍ଡଳୀର ବାହାନଗା, ସିମୁଳିଆ ନିର୍ବାଚନ ମଣ୍ଡଳୀର ପତରାଜପୁର ଓ ପରେ ୧୨ଟା ୪୫ରେ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀର ସାଆଁଳପୁରରେ ପହଞ୍ଚି ନିର୍ବାଚନ ସଭା ରେ ଯୋଗ ଦେବେ ।  ଏହାପରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ଠାରେ ନିର୍ବାଚନ ସଭା କରି ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଚାନ୍ଦବାଲି ସଭାରେ ସାମିଲ ହେବେ ।

ସେହିପରି ଧାମନଗରରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ ମାଗିବେ । ସେ ଧୂଷୁରୀଠାରେ ଦିନ ୧୦ଟା ବେଳେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନିର୍ବାଚନ ପ୍ରଚାର କରିବେ । ଶେଷ ଦିନରେ ଏହି ହେବି ୱେଟ ନେତା ଙ୍କ ପ୍ରଚାର ଭୋଟର ଙ୍କୁ କେତେ ପ୍ରଭାବିତ କରିବ ତାହା ଜୁନ ୪ ରେ ଜଣା ପଡିବ ।

You might also like