Below header

ମନ୍ଦିରକୁ କିଏ କାହିଁକି ଛାଟିଲା ଗୋବର, ଏତେ ଅଭଦ୍ରାମିର ସୀମା କିଏ ଟପିଲା

ଏମିତି କାମ କରିବାକୁ ହାତ ଗଲା କେମିତି ? କଣ ଟିକେ ବି ହାତ ଥରିଲାନି ଏମିତି କାମ କରିବା ପୂର୍ବରୁ । ହଁ ଆଜ୍ଞା କେହି କେବେ ଯୋଉ କାମ କରିବାକୁ ଚିନ୍ତା ବି କରିନଥିବେ ସେହି କାମ ହୋଇଛି ଏହି ମନ୍ଦିରରେ ।

କାମାକ୍ଷାନଗର (କେନ୍ୟୁଜ) : ଅସହିଷ୍ଣୁତାର ସିମା ଡେଇଁଲା ଉଦ୍ଧତପଣ । ଶିବ ମନ୍ଦିରକୁ କଲେ ଗୋବର ମାଡ । ମନ୍ଦିରକୁ କିଏ କାହିଁକି ଛାଟିଲା ଗୋବର । ଏତେ ଅଭଦ୍ରାମିର ସୀମା କିଏ ଟପିଲା । କଣ କାଳ ବୁଦ୍ଧି ଜୁଟିଲା ମୁଣ୍ଡରେ । ଏମିତି କାମ କରିବାକୁ ହାତ ଗଲା କେମିତି ? କଣ ଟିକେ ବି ହାତ ଥରିଲାନି ଏମିତି କାମ କରିବା ପୂର୍ବରୁ । ହଁ ଆଜ୍ଞା କେହି କେବେ ଯୋଉ କାମ କରିବାକୁ ଚିନ୍ତା ବି କରିନଥିବେ ସେହି କାମ ହୋଇଛି ଏହି ମନ୍ଦିରରେ । ଦିନସାରା ରଙ୍ଗ ଦିଆଗଲା ରାତିରେ ରଙ୍ଗ କାମ ସରିଲା କିନ୍ତୁ ସକାଳୁ ଆସି ଦେଖିବା ବେଳକୁ ମନ୍ଦିର ଚାରି ପାଖରେ ରଙ୍ଗ ଉପରେ ଗୋବର ଖତ ମାଟି ସବୁ ଗୋଳା ହୋଇ ଛଟା ହୋଇଛି ।

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଲକ ଶିବୁଳାପଶି ସ୍ୱପ୍ନେଶ୍ବର ଶିବ ମନ୍ଦିରରେ । ସୋମବାର ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଆସିବା ବେଳେ ହଠାତ ଦେଖିବାକୁ ପାଇଥିଲେ ଏଭଳି ଘଟଣା। ମନ୍ଦିର ସାରା କେହି ଦୂର୍ବୁତ୍ତ ଗୋବର ଓ ମାଟି ମିଶାଇ ମାଡ କରିଛନ୍ତି । ନୂତନ ଭାବେ ମନ୍ଦିରର ରଙ୍ଗ କାର୍ଯ୍ୟ ଚାଲୁରହିଥିବା ବେଳେ ଏହାକୁ ସହ୍ୟ କରି ନପାରି ଏଭଳି କାର୍ଯ୍ୟ କରିଛନ୍ତି । ଯାହାକୁ ନେଇ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।

ଗୋଟିଏ ପଟେ ପୂରିରେ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ସାରା ରାଜ୍ୟରେ ଅର୍ପଣ ରଥ ବୁଲୁଥିବା ବେଳେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ତା ସହିତ ସମସ୍ତ ମନ୍ଦିରକୁ ୫ଟି ଅଧିନକୁ ଅଣାଯାଇ ରୂପନ୍ତରିକରଣ କାର୍ଯ୍ୟ ଯାରିରହିଛି । କିନ୍ତୁ ଏଠାରେ ଶୈବପୀଠକୁ କେହି ଦୂର୍ବୁତ୍ତ ଗୋବର ମାଡ କରୁଛନ୍ତି । ଏଭଳି କାର୍ଯ୍ୟକୁ ଭକ୍ତ ତଥା ବିଭିନ୍ନ ମହଲରୁ ନିନ୍ଦା କରିବା ସହ ଦୂର୍ବୁତ୍ତଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.