ଅକ୍ଟୋବର ୨ରୁ ଲାଗୁ ହେବାକୁ ଥିବା ମୋ ସରକାର ଯୋଜନା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ସମକ୍ଷା

ଅକ୍ଟୋବର ୨ରୁ ସ୍ୱାସ୍ଥ୍ୟ ବିଭାଗ ଲାଗୁ କରିବ ମୋ ସରକାର କାଯ୍ୟର୍କ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଠିକ୍‌ ଭାବେ ମିଳୁଛି କି ନାହିଁ ଏହା ସିଧାସଳଖ ପଚାରି ବୁଝିବେ ସ୍ୱାସ୍ଥ୍ୟମନ୍ତ୍ରୀ ।ସିଡିଏମଓ ସମ୍ମିଳନୀରେ ଏହା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟ ସଚିବ, ସବୁ ଜିଲ୍ଲାର ସିଡିଏମଓ ଓପିଡିକୁ ନେଇ ଆସୁଥିବା ରୋଗୀ ଠିକ୍‌ ଭାବେ ଚିକିତ୍ସା ସୁବିଧା ପାଉଛନ୍ତି କି ନାହିଁ ତାହା ପଚାରି ବୁଝିବେ । ଯଦି ରୋଗୀଙ୍କୁ ଚିକିତ୍ସାରେ ଅବହେଳା କରାଯାଉଥାଏ ତାହେଲେ ସଂଗେ ସଂଗେ ଅବହେଳା କରିଥିବା ଡାକ୍ତର ଙ୍କ ବିରୋଧରେ କାଯ୍ୟର୍ନୁଷ୍ଠାନ ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.