ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ହେଲିକପ୍ଟର, କିଏ ଓ କାହିଁକି ଉଡ଼ାଇଲା ତାହା ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀର ସାତକୋଶିଆ ଗଣ୍ଡ ଉପରେ ଉଡ଼ିଲା ଏକ ହେଲିକପ୍ଟର । ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡ଼ାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ହେଲିକପ୍ଟରଟି ଗଣ୍ଡର ତଳ ଅବବାହିକା ଦିଗରୁ ଆଠମଲ୍ଲିକ ପାର୍ଶ୍ଵକୁ ଉଡ଼ାଣ କରିଥିଲା । ମାତ୍ର ୫୦ରୁ ୬୦ ଫୁଟ ଉଚ୍ଚରେ ଗଣ୍ଡ ଉପର ଦେଇ ଉଡ଼ିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସାତକୋଶିଆ ଗଣ୍ଡ ଉପରେ ୩ ଶହ ଫୁଟ ତଳକୁ କୌଣସି ବିମାନ ଉଡାଇବା ଦଣ୍ଡନୀୟ ଅପରାଧ । ତେଣୁ କିଏ ଓ କାହିଁକି ହେଲିକପ୍ଟର ଉଡ଼ାଇଲା ତାହା ସ୍ପଷ୍ଟ ହୋଇନାହିଁ ।
ବର୍ତ୍ତମାନ ଘଡ଼ିଆଳ କୁମ୍ଭୀର ରାମସାର ସାଇ ଇଟର ସହ ଇଣ୍ଡିଆନ ସ୍କିମର ପକ୍ଷୀଙ୍କ ମିଳନ ଓ ଅଣ୍ଡା ଦେବା ସମୟ । ଏହି ସମୟରେ ଗଣ୍ଡ ଉପର ଦେଇ ହେଲିକପ୍ଟର ଉଡିବା ଫଳରେ ବିଲୁପ୍ତପ୍ରାୟ ପ୍ରଜାତିଙ୍କ ଉପରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି । ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହେବା କାରଣରୁ ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ଡଙ୍ଗା ଚ ଚଳାଇବା ସହ ମାଛ ମାରିବାକୁ କଟକଣା ରହିଛି । ଆଠମଲ୍ଲିକର ବିନିକେଇରୁ ଆରମ୍ଭ ହୋଇ କଟକ ଜିଲାର ବଡ଼ମୂଳ ପର୍ଯ୍ୟନ୍ତ ସାତକୋଶିଆ ଗଣ୍ଡ ପରିବ୍ୟାପ୍ତ । ଗଣ୍ଡଟି ଅଭୟାରଣ୍ୟର କୋର ଅଞ୍ଚଳରେ ରହୁଥିବା ବେଳେ ଏହା ଉପରେ ଉଡାଣକୁ ନିଷିଦ୍ଧ କରାଯାଇଛି । ଆରସିସିଏଫ ସୁଧାଂଶୁ ଶେଖର ଖୋରା କହିଛନ୍ତି,ଏନେଇ ସିଭିଲ ଆଭିଏସନକୁ ଚିଠି ଲେଖାଯାଇଛି । ଉତ୍ତର ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ।
ଆହୁରି ପଢନ୍ତୁ : ନନ୍ଦନକାନନର ପ୍ରବେଶ ଏବଂ ପ୍ରସ୍ଥାନରେ ପରିବର୍ତ୍ତନ, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ