ମୋଟର ଯାନ ସଂଶୋଧିତ ନୂଆ ନିୟମର ଲାଗୁ ହେବା ପୂର୍ବରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଲା ହେଲମେଟ ଚେକିଂ
ସଂସଦରେ ପାସ ହୋଇଛି ମୋଟର ଯାନ ସଂଶୋଧିତ ବିଲ। ନୂଆ ନିୟମର ଲାଗୁ ହେବା ପୂର୍ବରୁ ସଚେତନତା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଖୋଦ କର୍ମଚାରୀ ମାନେ କାର୍ଯ୍ୟାଳୟ ଆଗରେ ହେଲମେଟ ଚେକିଂ ଆରମ୍ଭ କରିଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବାଇକ ଚାଳକମାନଙ୍କୁ ଧରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନରେ ସହଯୋଗ କରୁଛନ୍ତି। ଏହା ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛି। ଏହାସହ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ମଧ୍ୟ ଏହା କଡ଼ାକଡ଼ି ଭାବେ ଲାଗୁ ହୋଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ କ୍ଷେତ୍ରରେ ହେଲମେଟ ବ୍ୟବହାର, ମୋଟରଯାନ ଆଇନର ସମସ୍ତ ନିୟମକୁ କଡ଼ାକଡ଼ି କରାଯାଇଛି।ଏନେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଲୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କଳିଙ୍ଗ ଟିଭି ରିପୋର୍ଟର ରତ୍ନାକର ସାହୁ।