ବିନା ହେଲମେଟରେ ବାଇକ ଚାଳକଙ୍କୁ ଓଭରବ୍ରିଜ ମନା, ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚେକିଂ ଜୋରଦାର

ଭୁବନେଶ୍ବର (କେନ୍ୟୁଜ୍): ବିନା ହେଲମେଟ୍‌ରେ ବାଇକ ଚାଳକଙ୍କୁ ଓଭରବ୍ରିଜ ମନା । ଏନେଇ ଏନ୍‌ଏଚ୍‌ରେ ଥିବା ପ୍ରତି ବ୍ରିଜ ନିକଟରେ ଲାଗିଛି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନୋଟିସ । ବିନା ହେଲମେଟରେ ବ୍ରିଜ ଉପରେ ବାଇକ୍‌ ଆରୋହୀଙ୍କୁ ଯିବା ମନା ହୋଇଥିବା ନୋଟିସରେ ଉଲ୍ଲେଖ ହୋଇଛି । ବରମୁଣ୍ଡା ଠାରୁ ରସୁଲଗଡ ପର୍ଯ୍ୟନ୍ତ ଗତ ଏକ ମାସ ମଧ୍ୟରେ ୧୨ଟି ସଡକ ଦୁର୍ଘଟଣା ହୋଇଛି । ଯେଉଁଥିରେ ୮ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି ।

road ଏହାକୁ ରୋକିବା ପାଇଁ ଗତ ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବିନା ହେଲମେଟରେ ବାଇକ୍‌ ଆରୋହୀମାନେ ଓଭରବ୍ରିଜ ଉପରେ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପରେ ଗତକାଲି ବିଭିନ୍ନ ସ୍ଥାନରେ ଚେକିଂ ଜୋରଦାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.