ଖବର ପ୍ରସାରଣ ପରେ ଗଜପତି ତିତଲି କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ପାରଳାଖେମୁଣ୍ଡି (କେନ୍ୟୁଜ୍) : ଗଜପତି ଜିଲ୍ଳା ଆର. ଉଦୟଗିରି ବ୍ଲକ ଅନଘା ପଞ୍ଚାୟତର ତିତଲି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିଛି ସହାୟତା । କେନ୍ୟୁଜରେ ଖବର ପ୍ରସାରଣ ପରେ ଦଳେଇସାହି, ବଡିଅର, ତିଳିବାଙ୍ଗ ଓ କିମ୍ବସିଂ ୪ଟି ଗାଁର ଲୋକଙ୍କୁ ମିଳିଛି ପ୍ରଶାସନର ସହଯୋଗ ।

TITLI HELP-3

ବାତ୍ୟାରେ ଘର ଘର ସବୁ ଭାଙ୍ଗି ଯାଇଥିବାରୁ ସେମାନେ ତମ୍ବୁ ତଳେ ରହୁଥିଲେ । ଏକଥା ଜାଣିବା ପରେ ଗଜପତି ଜିଲ୍ଳାପାଳ ଅନୁପମ ଶାହାଙ୍କ ନେତୃତ୍ୱରେ ଏକ ଟିମ ଭୂୟାଁପଡାରେ ପହଂଚି ତମ୍ବୁରେ ରହୁଥିବା ଲୋକଙ୍କୁ କମଳ ବଣ୍ଟନ କରିବା ସହ ସେମାନଙ୍କ ରହିବା ପାଇଁ ଅସ୍ଥାୟୀ ପକ୍କା ଘର ବ୍ୟବସ୍ଥା କରିଛନ୍ତି । ସମସ୍ତଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ସେହିପରି ଭୂସ୍ଖଳନରେ ମୃତ ଶୁକ୍ରୁ ଦଳେଇଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

TITLI HELP-2