କ୍ୟାନ୍ସର ପୀଡ଼ିତ ନନ୍ଦନଙ୍କୁ ମିଳିଲା ସାହାଯ୍ୟ, ସହାୟତାର ହାତ ବଢାଇଲା ହେଲ୍ପ ଫର ୟୁ ଫାଉଣ୍ତେସନ

ବାଲେଶ୍ୱର : କଳିଙ୍ଗ ଟିଭିରେ ଖବର ପ୍ରସାରଣ ପରେ ମାରାତ୍ମକ କ୍ୟାନ୍ସରରେ ପିଡୀତ ନାବାଳକ ନନ୍ଦନଙ୍କୁ ସାହାଯ୍ୟ ମିଳିଛି  ।  ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେସନ ।  ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ସରସିଦା ଗ୍ରାମର ସପନ ଦତ୍ତ ଓ ଜାନକୀ ଦତ୍ତଙ୍କ ଏକମାତ୍ର ୧୧ ବର୍ଷର ପୁଅ ନନ୍ଦନଙ୍କ ବାମପଟ ଆଖି କ୍ୟାନ୍ସର ହୋଇଥିବା ବେଳେ ଅର୍ଥାଭାବରୁ ଉନ୍ନତ ଚିକିତ୍ସା ହୋଇ ପାରୁ ନାହିଁ ।

ଗରିବ ସପନ ଜମିବାଡି ବିକି, ଧାର କରଜ କରି ପୁଅର ଜୀବନ ବଞ୍ଚାଇବା ପାଇଁ ସବୁ ଶେଷ କରିଦେଇଛନ୍ତି ।  ଅର୍ଥାଭାବରୁ ବାପା- ମାଆ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ।  ଏହି ହୃଦୟ ବିଦାରକ ଖବର କଳିଙ୍ଗ ଟିଭିରେ ପ୍ରସାରଣ ପରେ ଜଳେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ହେଲ୍ପ ଫର ୟୁ ଫାଉଣ୍ତେଷନର କର୍ମକର୍ତ୍ତାମାନେ ନନ୍ଦନଙ୍କ ଘରେ ପହଞ୍ଚି ୧୦ ହଜାର ଟଙ୍କା ପ୍ରଦାନ କରିବା ସହିତ ୩ ମାସ ପାଇଁ ରାସନ ସାମଗ୍ରୀ ଏବଂ ସମସ୍ତଙ୍କ ପାଇଁ ନୂତନ ବସ୍ତ୍ର ପ୍ରଦାନ କରିଛନ୍ତି ।

Also read: ଦୁଇ ଅସହାୟ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ

 

 

You might also like