ସ୍ୱାମୀକୁ କିଡନୀ ରୋଗ ଓ ପୁଅ ପକ୍ଷାଘାତରେ ଆକ୍ରାନ୍ତ, ଏକୁଟିଆ ଅସହାୟ ମଞ୍ଜୁଲତାଙ୍କୁ ଦରକାର ଆପଣଙ୍କ ସାହାଯ୍ୟ

ଦୁନିଆ କଣ ଜାଣିବା ଆଗରୁ ରୋଗ ସାଜିଲା ବାଧକ । ଏଣେ ପାଖରେ ଟଙ୍କା ନଥିବାରୁ ପୁଅକୁ ଭଲ କରିପାରୁନି ମାଆ । ପୁଅର ଚିକିତ୍ସା ପାଇଁ ଜଣେ ଦୁଃଖିନୀ ମାଆର ଗୁହାରୀ ।

ଚାନ୍ଦବାଲି (କେନ୍ୟୁଜ): ଦୁଃଖ, ଦାରିଦ୍ର୍ୟ, ଗରିବୀ । ଏହି ତିନିଟା ଯାକ ବୋଧହୁଏ ଏକାସାଙ୍ଗରେ ଏ ଘର ଉପରେ ପଡିଯାଇଛି । ଦେଖୁନାହାଁନ୍ତି କେମିତି ଏ ମାଆର ଅବସ୍ଥା । ପୁଅର ଏ ଅବସ୍ଥା ଦେଖିବନା ନା ସ୍ୱାମୀର ସୁଖିଲା ମୁହଁ ଦେଖିବ । ଖାଲି ଗୁମୁରୀ ଗୁମୁରୀ କାନ୍ଦିବା କଥା । କାହା ପାଇଁ ଦୁଃଖ କରିବ । ସ୍ୱାମୀ କିଡନୀ ରୋଗରେ ଆକ୍ରାନ୍ତ ତ ପୁଅକୁ ପକ୍ଷାଘାତ । ଚାଲି ପାରୁନି କି କହିପାରୁନି । ଏମିତି ସ୍ଥିତିରେ ଏ ମାଆର ଅବସ୍ଥା କଣ ହେଉଥିବ ଥରେ ଭାବନ୍ତୁ । ସବୁ ବାପା ମାଆଙ୍କର ଇଚ୍ଛା ଥାଏ ସନ୍ତାନଟିଏ ପାଇଁ । ଆଉ ସେ ପୁଣି ଯଦିପୁଅଟିଏ ଜନ୍ମ ନିଏ ତାହେଲେ ଖୁସି ହୋଇଯାଏ ଦ୍ୱିଗୁଣା । କାହିଁକିନା ବୃଦ୍ଧ କାଳେ ବାପାମାଆଙ୍କର ସାହାରା ପାଲଟେ ପୁଅ । କିନ୍ତୁ ସେହି ପୁଅ ଯଦି ହଠାତ୍‌ ପଙ୍ଗୁ ହୋଇଯାଏ ତାହେଲେ କଣ ହେବ ସେ ବାପା ମାଆଙ୍କ ଅବସ୍ଥା । କେମିତି ମନ ତାଙ୍କର ଥୟ ଧରିବ । ଭଗବାନ କାହିଁକି ଏମିତି କଲ, ଜୀବନ ଦେଲ ଯଦି ଏମିତି କାହିଁକି ।

ଯେଉଁ ସମୟରେ ପୁଅ ସାଙ୍ଗ ସାଥିଙ୍କ ସହ ସ୍କୁଲ ଯାଇଥାନ୍ତା ପାଠ ପଢ଼ିଥାନ୍ତା ଖେଳ କୁଦ କରିଥାନ୍ତି । ସେହି ପୁଅ ଆଜି ପଡିରହିଛି ବିଛଣାରେ । ଦୁନିଆ କଣ ଜାଣିବା ଆଗରୁ ରୋଗ ସାଜିଲା ବାଧକ । ଏଣେ ପାଖରେ ଟଙ୍କା ନଥିବାରୁ ପୁଅକୁ ଭଲ କରିପାରୁନି ମାଆ । ପୁଅର ଚିକିତ୍ସା ପାଇଁ ଜଣେ ଦୁଃଖିନୀ ମାଆର ଗୁହାରୀ । ଦୀର୍ଘ ଆଠ ବର୍ଷ ହେଲା ରୋଗାଗ୍ରସ୍ତ ଅବସ୍ତାରେ ବିଛଣାରେ ପୁଅ । ନା ଚାଲୁଛି ନା କଥା କହୁଛି ନା ନିଜେ କିଛି କରିପାରୁଛି । କେବଳ ବିଛଣାରେ ପଡିରହୁଛି । ପୁଅର ଚିକିତ୍ସା ପାଇଁ ଏକମାତ୍ର ସାହା ଭରଷା ଥିବା ବାପା ମଧ୍ୟ ବର୍ଷେ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ରୋଜଗାର ହରାଇ ଘରେ ବସିରହିଛନ୍ତି । ତେଣୁ ସ୍ଵାମୀ ଓ ପୁଅର ଚିକିତ୍ସା ପାଇଁ ଚିନ୍ତାରେ ମଞ୍ଜୁଲତା । ପାଖରେ ଅର୍ଥ ନଥିବାରୁ ସାହାଯ୍ୟର ହାତ ବଢାଇବାକୁ ନିବେଦନ କରିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତର ଦୋହରାପାଟଣା ଗାଁର ମଞ୍ଜୁଲତା ଦାସ ।

ସ୍ୱାମୀ ଲକ୍ଷ୍ମୀକାନ୍ତ ଦାସ । ପୁଅର ନାଁ ଦେଇଥିଲେ ନିଶିକାନ୍ତ । ହେଲେ ଦୀର୍ଘ ବର୍ଷେ ପରେ ଏହି ଖୁସି ଧିରେ ଧିରେ ଦୁଃଖରେ ପରିଣତ ହେବାରେ ଲାଗିଲା । ଦୀର୍ଘ ବର୍ଷେ ପରେ ହଠାତ୍ ପୁଅ ନିଶିକାନ୍ତର ଦେହ ଖରାପ ହେବାରେ ଲାଗିଲା । ନା ପୁଅ ନିଜ ଗୋଡରେ ଠିଆ ହୋଇପାରିଲା, ନା ଚାଲିପାରିଲା ଏମିତି କି କଥା ମଧ୍ୟ କହିପାରିଲାନାହିଁ । ଭଦ୍ରକ ଠୁ କଟକ ଏମିତିକି ଭୂବନେଶ୍ଵରର ବଡ ବଡ ମେଡିକାଲରେ ନିଜ ପୁଅର ଚିକିତ୍ସା କରାଇଲେ ମାଆ ଓ ବାପା । ନିଜର ଯାହା କିଛି ସମ୍ଭଳ ଥିଲା ବିକି ଭାଙ୍ଗି ପୁଅର ଚିକିତ୍ସାରେ ଲଗାଇଲେ ଡାକ୍ତର ମଧ୍ୟ କହିଲେ ପୁଅ ଠିକ ହୋଇଯିବ । ତେଣୁ ଡାକ୍ତରଙ୍କ କଥାରେ ବାପା , ମାଆ ଯାହା ଥିଲା ବିକି , ଭାଙ୍ଗି ଚିକିତ୍ସା କରାଇଲେ ହେଲେ ଦୀର୍ଘ ନଅ ବର୍ଷ ହେଲା ପୁଅର ଅବସ୍ତା ଯାହାକୁ ସେୟା । ଏବେ ପାଖରେ ଆଉ ଟଙ୍କା ନାହିଁ । ଗାଁ ଲୋକ ବି ଅନେକ ସାହାଯ୍ୟ କଲେଣି ହେଲେ ଏବେ ଖାଲି ସରକାରୀ ଓ ବେସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି ପୂରା ପରିବାର । ତେଣୁ ନିଜର ପୁଅର ଚିକିତ୍ସା ପାଇଁ ମାଆ କରିଛନ୍ତି ଆକୁଳ ନିବେଦନ ।

ଓଳିଏ ଖାଇଲେ ଆର ଓଳି ଓପାସ । ଯେଉଁଠି ପରିବାରର ପେଟ ଫୁଲ ହୋଇପାରୁନାହିଁ ସେଠି ଚିକିତ୍ସା କଥା ବୁଝିବ ବା କିଏ । ଏବେ ପୁଅର ବୟସ ମାତ୍ର ନଅ ବର୍ଷ । ପାଠ ପଢିବା ସହ ଖେଳ କୁଦ କରିବାର ବୟସ । ହେଲେ ପୁଅ ବିଛଣାରେ । ପୁଅର ଚିକିତ୍ସା ପାଇଁ ଏକମାତ୍ର ସାହା ଭରଷା ଥିଲେ ବାପା । ହେଲେ ବର୍ଷେ ହେଲା ବାପା ମଧ୍ୟ ରୋଗାଗ୍ରସ୍ତ ହୋଇ ରୋଜଗାର ହରାଇ ଘରେ ବସିରହିଛନ୍ତି । ବାପା ଯେତେବେଳେ ଭଲ ଥିଲେ ପର ବିଲରେ କାମ କରି ଯାହା ଆଣନ୍ତି ସେଥିରେ ଘର ଚଳିବା ସହ ପୁଅର ଚିକିତ୍ସା ହୁଏ । ହେଲେ ବାପା ମଧ୍ୟ ବର୍ଷେ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ କାମ ଧନ୍ଦା କରିପାରୁନାହାଁନ୍ତି । ପାଖରେ ଟଙ୍କା ନଥିବାରୁ ସେ ମଧ୍ୟ ଉତ୍ତମ ଚିକିତ୍ସା ପାଇପାରୁନାହାଁନ୍ତି । ଫଳରେ ବାପା ଲକ୍ଷ୍ମୀକାନ୍ତ ଦାସଙ୍କ ଅବସ୍ଥା ମଧ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି ।

ଘରେ ଆଉ କେହି ରୋଜଗାରକ୍ଷମ ବ୍ୟକ୍ତି ନଥିବାରୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ସାରା ପରିବାର । ପାଖରେ ଟଙ୍କା ନଥିବାରୁ ଘର ଚଳିବା ମଧ୍ୟ କଷ୍ଟକର । ଗୋଟିଏ ନୁଆଁଣିଆଁ ଚାଳ ଘର । ବାସ ସେହି ଘରେ ବାପା , ମାଆ , ପୁଅ ଓ ଝିଅ ଚାରି ପ୍ରାଣୀ କୁଟୁମ୍ୱ ।

ତେବେ ଯଦି କୌଣସି ଅନୁଷ୍ଠାନ କି ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢାନ୍ତେ ତେବେ ପୁଣି ଥରେ ମଞ୍ଜୁଲତାଙ୍କ ସଂସାରରେ ଖୁସି ଫେରିଆସନ୍ତା । ତେଣୁ ସମସ୍ତେ ସାହାଯ୍ୟର ହାତ ବଢାଇବାକୁ ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀ ନିବେଦନ କରିଛନ୍ତି । ତେବେ ଯଦି ନିଶିକାନ୍ତ ଦାସଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଲେଖି ରଖନ୍ତୁ ମୋବାଇଲ୍ ନମ୍ୱର ଓ ବ୍ୟାଙ୍କ ଆକାଉଂଟ ନମ୍ୱର

ମଂଜୁଲତା ଦାସ ଫୋନ ନମ୍ୱର 8984997017
ଆକାଉଂଟ ନମ୍ୱର : 33080215928
ଆଇଏଫସି କୋଡ : SBIN0006472

 

You might also like