ରାଜ୍ୟ

ଓଷା ବ୍ରତ କରି ଝିଅଟିଏ ପାଇଥିବାରୁ ନାଁ ରଖିଥିଲେ ତପସ୍ବିନୀ, କିନ୍ତୁ ଶିଶୁଟିର ଅସ୍ବାଭାବିକ ଭାବେ ମୁଣ୍ଡ ବଢୁଥିବାରୁ ଦୁଃଖରେ ବାପା ମା’

ନରସିଂହପୁର (କେନ୍ୟୁଜ୍‌) : ଦେହ ଅଛି ତ ରୋଗ ଅଛି । ହେଲେ ଜନ୍ମରୁ ଯାହା ଶରୀରରେ ସମସ୍ୟା ଥାଏ ସେଥିରେ ପିଲାଟି ତ ଭୋଗେ ତା ସହିତ ବେଶି କଷ୍ଟ ପାଆନ୍ତି ତାର ମା ବାପା । ଉଭୟ ମାନସିକ, ଶାରୀରିକ ଏବଂ ଆର୍ଥିକ କଷ୍ଟରେ ଘାଣ୍ଟି ହୁଅନ୍ତି। ଆଉ ଯଦି ଗରିବ ପରିବାର ହୁଏ ତ ତେବେ କେବଳ କଷ୍ଟ ଯନ୍ତ୍ରଣାରେ ଦିନ ବିତେ । ଏକ ମାତ୍ର ଝିଅକୁ ପାଇ ଯେଉଁ ଘର ଦିନେ ଖୁସିରେ ଫାଟି ପଡୁଥିଲା ସେହି ଘରେ ଏବେ କେବଳ ଦୁଃଖ ଆଉ ହତାଶା । କଟକ ଜିଲ୍ଲା ବଡମ୍ବା ବ୍ଲକ ସାନବାରସିଙ୍ଘ ପଞ୍ଚୟତର ଜେମାଦେଇପୁର । ଏହି ଗାଁର ସସ୍ମିତା ଓ ତାଙ୍କ ସ୍ୱାମୀ କେତେ ଓଷା ବ୍ରତ କରି ଝିଅଟିଏ ପାଇଥିଲେ । ନାଁ ରଖିଥିଲେ ତପସ୍ୱିନୀ । ଯେଉଁ ବୟସରେ ଝିଅ ତା ମା’ର ପଣତ କାନିଧରି ଗୁରୁଣ୍ଡି ଗୁରୁଣ୍ଡି ଚାଲିବା କଥା ତାକୁ ଏବେ ଶଯ୍ୟାଶାୟୀ ହେବାକୁ ପଡ଼ିଛି । ତା ମୁଣ୍ଡଟି ଅସ୍ୱାଭାବିକ ଭାବେ ବଢ଼ି ଯାଇଛି । ସେ ଠିକରେ କଥା ପଦେ ପାରୁନି।

ତପସ୍ୱିନୀ ବୟସ ମାତ୍ର ତିନି ବର୍ଷ । ତାର ଶରୀର ତୁଳନାରେ ମୁଣ୍ଡର ଆକାର ବହୁତ ବଢ଼ିଯାଇଛି । ବଡମ୍ବା ଡାକ୍ତରଖାନାଠାରୁ ଆରମ୍ଭ କରି କଟକ ବଡ ଡାକ୍ତରଖାନା ଯାଏ ସବୁଆଡ଼େ ବୁଲାଇ ସାରିଲେଣି ବାପା ବିଜୟ ଓ ମା ସସ୍ମିତା । ଯାହା ସଞ୍ଚୟ ଥିଲା ସରି ଗଲାଣି ଝିଅ ପିଛା । ତେବେ ଆଉ ଟଙ୍କା ନଥିବାରୁ ପିଲାଟିକୁ ଡାକ୍ତରଖାନାରୁ ଫେରାଇ ଆଣି ଭଗବାନଙ୍କୁ ଭରସାରେ ବିଛଣାରେ ଶୁଆଇ ଦେଇଛନ୍ତି । ଅଭାବୀ ପରିବାର ହେତୁ କାମ ଧନ୍ଧା କଲେ ପେଟକୁ ଦାନା ଗଣ୍ଡେ ଯାଏ । ଚିକିତ୍ସା ଧୀରେ ଧୀରେ ବୟସ ବଢୁଛି, ତା ସହିତ ଝିଅର ମୁଣ୍ଡବି ବଢୁଛି। ଆଉ ଜୀବନ ପ୍ରତି ବିପଦ ବି ବଢ଼ି ଚାଲିଛି । ତେଣୁ ସରକାରୀ ଓ ବେସରକାରୀ ଯେଉଁଠୁ ବି ହେଉ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ଓ ଗାଁ ଲୋକେ ।

ଏନେଇ ଆମେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଜଣାଇବାରୁ ସେ ଖୁବ ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

20 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

28 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

43 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

49 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago