ଟ୍ରକ ଦୁର୍ଘଟଣାରେ ହେଲପର ମୃତ, ଡ୍ରାଇଭର ଗୁରୁତର
ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଖୁସି ପ୍ଲାଜା ହୋଟେଲ ନିକଟରେ ମର୍ମନ୍ତୁଦ ଘଟି ଯାଇଛି ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ହୋଇଛନ୍ତି ।
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥର ଖୁସି ପ୍ଲାଜା ହୋଟେଲ ନିକଟରେ ମର୍ମନ୍ତୁଦ ଘଟି ଯାଇଛି ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, କଷାଫଳ ମୁହାଣରୁ ମାଛ ବୋଝେଇ କରି ଟ୍ରକରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ରାସ୍ତା ଦେଖା ନଯିବାରୁ 60 ନମ୍ବର ଜାତୀୟ ରାଜପଥର ଖୁସି ପ୍ଲାଜା ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଅନ୍ଯ ଏକ ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇ ଥିଲା ।
ଫଳରେ ଟ୍ରକ ଭିତରେ ଚାପି ହୋଇ ଘଟଣା ସ୍ଥଳରେ ଟ୍ରକର ହେଲପରର ମୃତ୍ଯୁ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଛି । ସ୍ଥାନୀୟ ଲୋକେ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଇଛନ୍ତି । ଖବର ପାଇ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବଦ କରି ଅଧିକ ତଦନ୍ତ ଜାରି ରଖିଛି ।