କାଲିମେଳା : ରାକ୍ଷୀଙ୍କୁ ସହାୟତା ଦେଲା ପ୍ରଶାସନ, ତହସିଲଦାର ପହଞ୍ଚିଲେ ଘରେ

କାଲିମେଳା (କେ ନ୍ୟୁଜ୍) : ‘ଆଖି ଲୁହରେ ଭିଜୁଛି ରାକ୍ଷୀର ଜୀବନ’। ଏହି ଖବର କେ ନ୍ୟୁଜ୍ରେ ପ୍ରସାରଣ ପରେ ସହାୟତାର ହାତ ବଢ଼ିଛି ଦୁଇ ଅନାଥ ଭାଇ ଭଉଣୀଙ୍କ ପାଇଁ । ମାଲକାନଗିରି କାଲିମେଳା ତହସିଲଦାର ଏମ୍. ପି. ଭି-୮୩ ଗ୍ରାମର ରାକ୍ଷୀ ସରକାର ଓ ତାଙ୍କ ସାନ ଭାଇକୁ ଚଳିବା ପାଇଁ ମୁଖ୍ଯମନ୍ତ୍ରୀ ରିଲିଫ ଫଣ୍ଡରୁ ୨୦ ହଜାର ଟଙ୍କା ଦେଇଛନ୍ତି । ତହସିଲଦାର ଆଲୋକ କୁମାର ଅନୁଗୁଳିଆ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ଦୁଇ ବାପା ମା ଛେଉଣ୍ଡ ପିଲାଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ରାଜ୍ଯ ସରକାରଙ୍କ ଅନ୍ୟ ସହାୟତା ଯୋଜନାରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି l
ଏହି ପିଲା ଦୁଇଟିଙ୍କର ବାପା ମାଆ ୧୫ ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ । ଜେଜେ ମାଆ ଏବଂ ଜଣେ ବଡ଼ ଭାଇ ସାହାରା ଥିଲେ । ସେମାନେ ବି ଜଣକ ପରେ ଜଣେ ମୃତ୍ୟୁର ଶିକାର ହୋଇଛନ୍ତି । ଏବେ ଏହି ଦୁଇ ଜଣ ସମ୍ପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି । ଏକଥା ଜାଣିବା ପରେ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।