ଜିଇଁବା ପାଇଁ ଘୁଷୁରି ଘୁଷୁରି ଭିକ୍ଷା ମାଗୁଛନ୍ତି ଅସହାୟ ଭିନ୍ନକ୍ଷମ ଯୁବକ

ଅସ୍ତରଙ୍ଗ: ଏ ହେଉଛି ଅସ୍ତରଙ୍ଗ ବାଲିଯାତ୍ରାର ଦୃଶ୍ୟ । କିପରି ଘୁଷୁରି ଘୁଷୁରି ଭିକ୍ଷା ମାଗୁଛନ୍ତି ଅସହାୟ ଭିନ୍ନକ୍ଷମ ଯୁବକ ଜଣକ । ତାଙ୍କୁ ଦେଖିଲେ ଟିକିଏ ଅଟକି ଯିବାକୁ ଏ ମନ କହିବ । ସତରେ ଏଇ ପେଟ ଚାଖଣ୍ଡକ ପାଇଁ କେତେ କଣ କିଏ କରିଥାଏ । ଜୀବନ ଜିଇଁବା ପାଇଁ ଆବଶ୍ୟକ ହୋଇଥାଏ ଜୀବିକା ,ଏଥିପାଇଁ ଜଣେ ସୁସ୍ଥ ମଣିଷ ବିଭିନ୍ନ ବୃତ୍ତିକୁ ଆପଣେଇ ଥାଏ । ଯେଉଁଥିରେ ତା’ ପେଟକୁ ଖାଦ୍ୟ ଯୋଗାଇବା ସହ ପରିବାର ପେଟକୁ ଦାନା ମୁଠାଏ ଦେଇଥାଏ । ଏହି ବୃତ୍ତି ଦ୍ବାରା ସାମାଜିକ ଜୀବନ ଶୈଳୀ ରେ ପରିବାର ପ୍ରତିପୋଷଣ ପାଇଁ ସହାୟକ ହୋଇଥାଏ

ଜଣେ ସୁସ୍ଥ ମଣିଷ ବୃତ୍ତିଗତ ଭାବେ ସକ୍ଷମ ହୋଇଥିବା ବେଳେ ସମାଜରେ ଅନେକ ବ୍ୟକ୍ତି ଭିକ୍ଷାବୃତ୍ତି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ଅସ୍ତରଙ୍ଗ ବାଲିଯାତ୍ରାରେ ଆମେ ଏଭଳି ଜଣେ ଭିନ୍ନକ୍ଷମ ଯୁବକ ଙ୍କୁ ଭେଟିଥିଲୁ ଯାହା ନିଜର ଶାରୀରିକ ଅକ୍ଷମତା ତାଙ୍କୁ ଭିକ୍ଷାବୃତି କରିବାକୁ ବାଧ୍ୟ କରିଛି । ପାଦ ଅଚଳ ହୋଇଥିବା ବେଳେ ମୁହଁ ରେ କଥା କହିପାରୁ ନାହାନ୍ତି, ଯାତ୍ରା ପଡିଆ ରାସ୍ତାରେ ଏକ ଭିକ୍ଷାପାତ୍ର ଧରି ଘୁଷୁରି ଘୁଷୁରି ଯାଉଥିବା ବେଳେ କାହାରିକୁ ସେ ମୁହଁ ଖୋଲି କିଛି କହିପାରୁ ନାହାନ୍ତି ।

କେବଳ ତାଙ୍କର ଦୟନୀୟ ଅବସ୍ଥା ଦେଖି କେହି କିଛି ଟଙ୍କା ତାଙ୍କୁ ଦେଇଦେଉଥିବା ବେଳେ ଯୁବକ ଜଣକ ସେହିଭଳି ଘୁଷୁରି ଘୁଷୁରି ଆଗକୁ ଚାଲି ଯାଉଛନ୍ତି । ବଞ୍ଚିବା ପାଇଁ ଭିକ୍ଷାବୃତ୍ତି କେବଳ ଏକମାତ୍ର ସାହାରା ପାଲଟିଛି ଏହି ଭିନ୍ନକ୍ଷମ ଯୁବକଙ୍କର ।

You might also like