ଗାଁ ନିକଟରେ ୩୦ ଟିକିଆ ହାତୀପଲ, ଲୋକେ ଛାନିଆ

ବାଂଶପାଳ : ଗାଁ ନିକଟରେ ୩୦ ଟିକିଆ ହାତୀପଲ, ଲୋକେ ଛାନିଆ । ବାଂଶପାଳରୁ କେନ୍ଦୁଝର ଯିବା ରାସ୍ତାରେ ୩୦ଟିକିଆ ହାତୀପଲ । ବାଂଶପାଳରୁ କେନ୍ଦୁଝର ଯିବା ରାସ୍ତାର ମାତ୍ର ୧ କିଲୋମିଟର ଦୂର ବିଜାଗୋଠ ଗାଁ ନିକଟରେ ଚଳପ୍ରଚଳ କରୁଛନ୍ତି ଏହି ୩୦ଟିକିଆ ହାତୀପଲ । ହାତୀ ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଛି ।
ସୂଚନା ଅନୁଯାୟୀ, ଏହି ହାତୀପଲ ଗାଁ ନିକଟ ଜଙ୍ଗଲରେ ଗତକାଲି ସନ୍ଧ୍ୟାରୁ ପଂଶି ରହିଛନ୍ତି । ହାତୀ ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକମାନେ ଭିଡ଼ ଜମାଉଥିବରୁ ହାତୀପଲ ଏଠାରୁ ବାହାରି ପାରୁ ନଥିବା ସୂଚନା ମିଳିଛି । ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ଫରେଷ୍ଟର ଓ କିଛି କର୍ମଚାରୀ ଏଠାରେ ପହଞ୍ଚି ହାତୀପଲଙ୍କ ନିକଟକୁ ଲୋକେ ନଯିବାକୁ ସଚେତନ କରୁଛନ୍ତି । ଏଥିସହ, ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି ।