ମୁରିବାହାଲ ରେଞ୍ଜକୁ ଫେରିଲେ ୩୫ ଟିକିଆ ହାତୀପଲ, ଲୋକେ ଭୟଭୀତ

କଣ୍ଟାବାଞ୍ଝି : ପୁଣି ଫେରିଲେ ହାତୀପଲ । ମୁରିବାହାଲ ରେଞ୍ଜକୁ ଫେରିଲେ ୩୫ ଟିକିଆ ହାତୀପଲ । ଗତ କିଛି ମାସ ହେଲାଣି ୩୫ ଟିକିଆ ହାତୀପଲ ତିଖାରି ସଂରକ୍ଷଣ ଜଙ୍ଗଲରେ ଥିଲେ । ଆଜି ମୁରିବାହାଲ ରେଞ୍ଜକୁ ପୁଣି ଫେରିଲେ। ମୁରିବାହାଲ ରେଞ୍ଜର ସଦର ସେକ୍ସନ ଵନବାହାଲ ଗାଁ ନିକଟରେ ଅଛନ୍ତି ୩୫ଟିକିଆ ହାତୀପଲ । ବନବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଇଛି ।
ହାତୀପଲ ଯେଉଁ ଆଡ଼େ ଯାଉଛନ୍ତି ସେହି ସବୁ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ହାତୀପଲ ଜଙ୍ଗଲ ଛାଡି ଗାଁ ଓ ସହର ମୁହାଁ ହେଉଥିବାରୁ ଲୋକେ ଭୟଭୀତ ହେଉଛନ୍ତି । ହାତୀପଲ ଜନ ବସତିକୁ କେମିତି ନ ଆସିବେ ବନ ବିଭାଗ ସେଥିପ୍ରତି ସଜାଗ ରହିଛି। ଗତ ୪ମାସ ହେଲା ମୁରିବାହାଲ ଅଞ୍ଚଳରେ ଏହି ହାତୀପଲଙ୍କ ଉତ୍ପାତ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇ ଆସୁଛି । ଏବେ ପୁଣି ହାତୀପଲ ଫେରିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ୪ମାସ ପୂର୍ବରୁ ବିଭିନ୍ନ ଚାଷ ଜମିରେ ଧାନ ନଷ୍ଟ କରିଥିବା ବେଳେ ଏବେ ପର୍ଯ୍ୟନ୍ତ କ୍ଷତିପୂରଣ ମିଳି ନଥିବା ଲୋକେ ଅଭିଯୋଗ କରିଛନ୍ତି ।