ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ, ଟିଟିଲାଗଡ଼ ବନଖଣ୍ଡ ଅଧୀନରେ ୪୪ଟିକିଆ ହାତୀପଲ
ଟିଟିଲାଗଡ଼ : ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହାତୀପଲ । ଜନବସତି ଆଡ଼କୁ ମାଡି ଆସୁଛନ୍ତି ୪୪ଟିକିଆ ହାତୀପଲ । କଳାହାଣ୍ଡି ଜିଲ୍ଲା ଦେଇ ବଲାଙ୍ଗିର ଟିଟିଲାଗଡ଼ ବନଖଣ୍ଡ ଅଧୀନରେ ଏବେ ହାତୀପଲ ଉତପାତ ମଚାଇଛନ୍ତି । ହାତୀପଲଙ୍କ ମଧ୍ୟରେ ୨୬ଟି ମାଇହାତୀ ରହିଥିବା ବେଳେ ୧୫ଟି ଛୁଆ ହାତୀ ଅଛନ୍ତି । ଗତକାଲି ବେଲଗାଁ ଶିଷକେଲା, ଦେଢଲ ଗାଁ ନିକଟରେ ରହିଥିଲେ ।
ଆଜି ଭିକାବାହାଳୀ ଗାଁ ନିକଟରେ ଅଛନ୍ତି । ଟିଟିଲାଗଡ଼ ସହର ନିକଟସ୍ଥ ଝାର ଦେବନ୍ଦ ଜଙ୍ଗଲକୁ ଆସିବାର ସମ୍ଭାବନା ରହିଥିବାରୁ ବନବିଭାଗର ୧୪ ଜଣିଆ ଟିମ୍ ସ୍ୱତନ୍ତ୍ର ନଜର ରଖିଛି । ଗ୍ରାମବାସୀଙ୍କୁ ଘରୁ ନବାହାରିବା ପାଇଁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି । ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ହାତୀପଲଙ୍କ ଉପରେ ନଜର ରଖାଯାଇଛି । ଯେଉଁବାଟ ଦେଇ ହାତୀପଲ ଆସିଛନ୍ତି ସେହି ବାଟ ଦେଇ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରହିଛି ।