ପାଞ୍ଚ ଟିକିଆ ହାତୀ ପଲ ପାଇଁ ସାରା ରାତି ଅନିଦ୍ରା ଚାଷୀ, ବନବିଭାଗ ନାକେ ଦମ୍

ସୁବର୍ଣ୍ଣପୁର : ଜଙ୍ଗଲି ହାତୀପଲ ସହ ବନ ବିଭାଗର ଚାଲିଛି ଲୁଚକାଳି ଖେଳ । ଜଙ୍ଗଲି ହାତୀପଲ ପାଈଁ ନାକେଦମ ବନ ବିଭାଗ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ଗତ କିଛି ଦିନ ତଳେ୨୧ ଟିକିଆ ହାତୀପଲ ପାଇଁ ନାକେଦମ ହୋଇଥିଲା ବନ ବିଭାଗ ।

ଦୁଇ ଦିନ ତଳେ ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ଜଙ୍ଗଲି ହାତୀପଲକୁ ବନ ବିଭାଗ ଘଉଡାଇବା ପରେ ଜିଲ୍ଲାର ଚାଷୀ ଶାନ୍ତିରେ ଥିବା ବେଲେ ଆଜି ପୁଣି ଉଲୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଫେରି ଆସିଛନ୍ତି । ଯେଉଁଥିପାଇଁ ଏବେ ଧାନ ଅମଳ ସମୟ ହୋଇଥିବାରୁ ଜିଲ୍ଲାର ଚାଷୀ ଚିନ୍ତାରେ । ଉଲୁଣ୍ଡା ରେଞ୍ଜ ଅଞ୍ଚଳରୁ ୫ ଟିକିଆ ହାତୀପଲ ଏବେ ବିନିକା ରେଞ୍ଜ ଉର୍ଲେ ଗ୍ରାମ ଅଞ୍ଚଳରେ ରହିଛନ୍ତି ।

ଅଞ୍ଚଳବାସୀ ଜଙ୍ଗଲି ହାତୀପଲ ପାଈଁ ଭୟଭିତ ରହିଥିବା ବେଳେ ଗ୍ରାମବାସୀ ମାନେ ନିଆଁ ଜାଳି ହାତୀ ଘଉଡ଼ାଇବାକୁ ଲାଗିପଡିଛନ୍ତି ।  ବିନିକା ବନ ବିଭାଗ କର୍ମଚାରୀ ମାନେ ହାତୀର ଗତିପଥ ଉପରେ ନଜର ରଖିବା ସହ କିପରି ଧନ ଜୀବନ କ୍ଷୟ କ୍ଷତି ନହେବ ସେନେଇ ତପ୍ତରତା ପ୍ରକାଶ କରିଛନ୍ତି ।  ବନ ବିଭାଗ କର୍ମଚାରୀ ମାନେ ସୁରକ୍ଷିତ ଭାବରେ ହାତୀ ଘଉଡ଼ାଇବାରେ ଲାଗି ପଡ଼ିଥିବା କହିଛନ୍ତି ବିନିକା ବନ ଅଧିକାରୀ ।