ଏଠି ମା’ଙ୍କ ମୂର୍ତ୍ତି ବଦଳରେ ପୂଜା କରାଯାଏ ଅଣ୍ଡା, କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଏହି ପରମ୍ପରା

କରଞ୍ଜିଆ(କେନ୍ୟୁଜ୍): ଏଠି ମା’ଙ୍କ ମୂର୍ତ୍ତି ବଦଳରେ କରାଯାଏ ଅଣ୍ଡା ପୂଜା। କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଏହି ପରମ୍ପରା । ମୟୁରଭଞ୍ଜ ଜିଲ୍ଲାରେ କାଳୀପୂଜା ଦିନଠାରୁ ଏହି ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ଗତକାଲି ଦେଶର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଛି ଦୀପାବଳି । କରୋନା କଟକଣା କୋହଲ ହେଲା ପରେ ମହା ଆଡମ୍ବରରେ ପାଳିତ ହୋଇଛି କାଳିପୂଜା । ଏହି ଦିନ କୁଡୁମି ସମ୍ପ୍ରଦାୟର ଲୋକମାନେ ଭିନ୍ନ ଢ଼ଙ୍ଗରେ କାଳୀପୂଜା ପାଳନ କରିଥାନ୍ତି । ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ସମୟରେ ସମସ୍ତେ ଏକାଠି ହୋଇଥାନ୍ତି । ଏହି ପର୍ବ ଏମାନେ ମୁଖ୍ୟତଃ ତିନିଦିନ ପାଳନ କରିଥାନ୍ତି । ଏଠି ମା’ ଙ୍କ ମୂର୍ତ୍ତି ବଦଳରେ ପୂଜା କରାଯାଏ ଅଣ୍ଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.