ମହିଳାଙ୍କ ସାହସିକତା, ବାଇକ ଛାଡ଼ି ପଳାଇଲେ ଲୁଟେରା

ରାୟଗଡ଼ା: ମହିଳାଙ୍କ ସାହସିକତା । ବାଇକ ଛାଡ଼ି ପଳାଇଲେ ଲୁଟେରା । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ସାମ୍ନାରେ । ଆଜି ସ୍ପଷ୍ଟ ଦିବାଲୋକରେ ଆଦିବାସୀ ମହିଳା ଦୈମତି ନିସିକା ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯିବା ବେଳେ ଏକ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ । ଦୁର୍ବୃତ୍ତମାନେ ତାରଣି ମନ୍ଦିର ନିକଟରେ ମହିଳାଙ୍କ ନିକଟରୁ ଟଙ୍କା ବ୍ୟାଗ ଝାମ୍ପିବା ବେଳେ ଦୈମତି ସାହସିକତାର ସହ ସେମାନଙ୍କ ମୁକାବିଲା କରିଥିଲେ । ଆଉ ଟଙ୍କା ବ୍ୟାଗ ଛାଡ଼ି ନଥିଲେ । ଶେଷରେ ବାଇକ ଛାଡ଼ି ଦୁଇ ଲୁଟେରା ଚମ୍ପଟ ମାରିଥିଲେ । ବିଷମ କଟକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିଛି ।