ମାହାଙ୍ଗାରେ ହେଟା ବାଘ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ମାହାଙ୍ଗାରେ ହେଟା ବାଘ ଆତଙ୍କ । ମୂଳବସ୍ତନ୍ତ୍‌ ପଞ୍ଚାୟତ ବ୍ରାହ୍ମଣ ସାହି ଶ୍ମଶାନ ନିକଟରେ ହେଟା ବାଘ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ବଇରୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି ।

ଗତ ୧୦ ହେବ ମାହାଙ୍ଗା ଦିପାଞ୍ଚଳର କୁହୁଣ୍ଡା, ମଧୁପୁର ଓ ମୂଳବସନ୍ତ ପଞ୍ଚାୟତରେ ଆତଙ୍କ ଖେଳାଉଛି ହେଟା ବାଘ । କିନ୍ତୁ ବନବିଭାଗ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ବାଘର କୌଣସି ସନ୍ଧାନ ପାଇ ପାଇପାରୁ ନାହିଁ । ଗତକାଲି ପୁଣି ବାଘ ବୁଲୁଥିବା ଦେଖି ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.