ଭାରତ- ପାକ୍‌ ଉତ୍ତେଜନା ପାଇଁ ହାଇ ଆଲର୍ଟ , ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ କଡ଼ା ସୁରକ୍ଷା

ବାଲେଶ୍ୱର(କେନ୍ୟୁଜ୍) : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରେ ରାଜ୍ୟର ଅନେକ ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ପ୍ରତିରକ୍ଷା ବିଭାଗର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରକୁ ମଧ୍ୟ ଆଲର୍ଟ ରଖାଯାଇଛି। ସୁଦୀର୍ଘ ବେଳାଭୂମି ଓ ପ୍ରତିରକ୍ଷା ଘାଟି ପାଇଁ ଚାନ୍ଦିପୁରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜଳପଥକୁ ସୁରକ୍ଷା ପାଇଁ ସାମୁଦ୍ରିକ ଥାନା ଦ୍ୱାରା ବ୍ୟାପକ ଖାନତଲାସୀ ଚାଲିଥିବା ବେଳେ ବାହ୍ୟ ଆକ୍ରମଣକୁ ଏଡ଼ାଇବାକୁ ତୀକ୍ଷଣ ନଜର ରଖାଯାଇଛି। ମାଛଧରା ଡ଼ଙ୍ଗାଗୁଡ଼ିକର ଚଳାଚଳ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।