ପହଲଗାମ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି: କମିଶନରେଟ୍ ପୋଲିସ ପକ୍ଷରୁ ଜୋରଦାର ଚେକିଂ, ବ୍ଲକିଂ

ଭୁବନେଶ୍ୱର : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି । କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମାନଙ୍କରେ କଡ଼ା ନଜର ରଖାଯାଇଛି । ରାତିରେ ଜୋରଦାର ହୋଇଛି ବ୍ଲକିଂ ଚେକିଂ । ଗାଇଡ ଲାଇନ୍ ଅନୁଯାୟୀ ଗହଳି ସ୍ଥାନ, ଧାର୍ମିକ ସ୍ଥଳ, ରେଲୱେ ଷ୍ଟେସନ, ବିମାନ ବନ୍ଦର ଓ ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଇଛି ।

ସେହିପରି ୨ଦିନ ତଳେ ଭୁବନେଶ୍ବର ରେଳଷ୍ଟେସନରେ ଆର୍‌ପିଏଫ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଆର୍‌ପିଏଫ୍‌ କର୍ମଚାରୀ ମାଇକ୍‌ ଲଗାଇ ପ୍ରଚାର କରି ପ୍ରତି ପ୍ଲାଟ୍‌ଫର୍ମରେ ବୁଲିବୁଲି ଯାତ୍ରୀଙ୍କୁ ସଚେତନ କରୁଥିଲେ । ଯଦି କେହି ସନ୍ଦିଗ୍ଧ ନଜରକୁ ଆସନ୍ତି ବା କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଲାଗେ, ଭୟନକରି ତୁରନ୍ତ ଆର୍‌ପିଏଫ୍‌ କର୍ମଚାରୀଙ୍କୁ ଜଣାବା ସହ ଜିଆର୍‌ପି କିମ୍ବା ଆର୍‌ପିଏଫ୍‌ ଥାନାରେ ଖବରଦେବାକୁ ସଚେତନ କରାଯାଇଛି ।  କେବଳ ଲୋକଙ୍କୁ ସଚେତନ କରାଯାଉ ନାହିଁ,ଷ୍ଟେସନର ସୁରକ୍ଷାକୁ ବଢ଼ାଇଦିଆଯାଇଛି ।  ଯେକୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ଷ୍ଟେସନ ବାହାରେ ଓ ଭିତରେ ପ୍ରତିଦିନ ୩ପ୍ଲାଟୁନ୍‌ ଫୋର୍ସ ମୁତୟନ ରହି ସ୍ଥିତି ଉପରେ ନଜର ରଖିଛିନ୍ତି ।  ୨୪ ଘଣ୍ଟିଆ ପଇଁନ୍ତରା ମାରିବା ସହ ସିସିଟିଭି ମାଧ୍ୟମରେ ମଧ୍ୟ ନଜର ରଖାଯାଇଛି ବୋଲି ଆର୍‌ପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

 

 

ଆହୁରି ପଢ଼ନ୍ତୁ : IPS ସ୍ତରରେ ଖୁବଶୀଘ୍ର ଅଦଳବଦଳ ! ଆଜି ଅବସର ନେବେ ଜେଲ ଡିଜି ଅରୁଣ କୁମାର ରାୟ