ଅପରେସନ ସିନ୍ଦୁର ପାଇଁ ଜଳପଥରେ ହାଇଆଲର୍ଟ, ବାଲେଶ୍ବରର ତାଳସାରି ଏବଂ ଉଦୟପୁରରେ କଡ଼ାକଡ଼ି ଯାଞ୍ଚ

ଜଳେଶ୍ୱର : ଅପରେସନ ସିନ୍ଦୁର ପାଇଁ ଜଳପଥରେ ହାଇ ଆଲର୍ଟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ତାଳସାରୀ ନିକଟରେ ସମୁଦ୍ରରେ ଥିବା ଆଇଲଣ୍ଡରେ କଡ଼ାକଡ଼ି ଯାଞ୍ଚ କରାଯାଉଛି ।  ମାଛ ଧରା ପାଇଁ କଟକଣା ଲାଗିବା ସତ୍ତ୍ବେ ମାଛ ଧରିବାକୁ ଯାଉଥିବା ୮ ମିଟର ଡଙ୍ଗା ଗୁଡ଼ିକୁ କଡ଼ାକଡ଼ି ଭାବେ ଚେକିଂ କରାଯାଉଛି । ସମୁଦ୍ରରେ ଥିବା ଆଇଲାଣ୍ଡ ଗୁଡିକ ତନତନ କରି ଯାଞ୍ଚ କରାଯାଉଉଛି । ମାଛ ଧରା ଡଙ୍ଗା ପାଖକୁ ବୋର୍ଟ ଯିବାର ସୁବିଧା ନଥିବା ବେଳେ ନୌସନା ଅଧିକାରୀ ମାନେ ପାଣିରେ ପହଁରି ପହଁରି ଡଙ୍ଗାକୁ ଚେକ କରୁଛନ୍ତି ।

ଏଥିରେ ପୋଲିସ ଫୋର୍ସ, ମତ୍ସ୍ୟ ବିଭାଗ, ଗୁଇନ୍ଦା ବିଭାଗ ସାମିଲ କରାଯାଇଛି । ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତରେ ତାଳସାରି ଥିବା ବେଳେ ତାଳସାରି ଠାରୁ ମାତ୍ର ୧୫୦ କିଲୋମିଟର ଦୂରରେ ରହିଛି ବାଂଲାଦେଶ । ଏଥିପାଇଁ ତାଳସାରି ଏବଂ ଉଦୟପୁରକୁ ହାଇଆଲର୍ଟ ଜାରି କରାଯାଇଛି ।

 

ଆହୁରି ପଢ଼ନ୍ତୁ : ଅପରେସନ୍ ସିନ୍ଦୂର: ହାଇଆଲର୍ଟରେ ଓଡିଶା ପୋଲିସ, ରେଳ ଷ୍ଟେସନ ଓ ପ୍ଲାଟଫର୍ମରେ ସୁରକ୍ଷା ବ୍ୟବସ୍ଥା କଡାକଡି