ହାଇକୋର୍ଟରେ ରାଉରକେଲା ବିଧାନସଭା ନିର୍ବାଚନ ମାମଲା, ୨୭ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟରେ ରାଉରକେଲା ବିଧାନସଭାର ଅନ୍ୟ ଏକ ନିର୍ବାଚନ ମାମଲା । ବିଚାର ପାଇଁ ମାମଲାକୁ ଗ୍ରହଣ କଲେ ହାଇକୋର୍ଟ । ମାମଲରେ ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ଆସନ୍ତା ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି । ମିଥ୍ୟା ନିର୍ବାଚନ ସତ୍ୟପାଠ ଦାଖଲ କରିଥିବା ଦର୍ଶାଇ ହାଇକୋର୍ଟରେ ରୁଜ୍ଜୁ ହୋଇଛି ମାମଲା । ଅନ୍ୟତମ ପରାଜିତ ପ୍ରାର୍ଥୀ ରାଜ କୁମାର ଯାଦବଙ୍କ ପକ୍ଷରୁ ହାଇକୋର୍ଟରେ ହୋଇଛି ଏହି ଆବେଦନ । ସାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହୋଇଛି ଏହି ମାମଲା । ଦିଲ୍ଲୀପ ରାୟଙ୍କ ପକ୍ଷରୁ ଏହି ବିଧାନସଭା ନିର୍ବାଚନକୁ ନେଇ ମାମଲା ମଧ୍ୟ ହୋଇଛି ।