ତଦନ୍ତରେ ଅବହେଳା ପଡିଲା ମହଙ୍ଗା: ଏକ ବର୍ଷ ପର୍ଯ୍ୟନ୍ତ କମିଶନରେଟ୍‌ ପୋଲସର ଏକ ଆଇଆଇସିଙ୍କୁ ଫିଲଡ ପୋଷ୍ଟିଂ ବ୍ୟାନ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ତଦନ୍ତରେ ଅବହେଳା ମହଙ୍ଗା ପଡିଲା । କମିଶନରେଟ୍‌ ପୋଲସର ଏକ ଥାନା ଆଇଆଇସିଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା । ଏକ ବର୍ଷ ପର୍ଯ୍ୟନ୍ତ ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା । ଏହା ସହ ଏକ ମାସ ଯାଏଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ନେବେ ଟ୍ରେନିଂ । ପୋଲିସ କମିଶନରଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆନନ୍ଦ ଟପୋ ମୃତ୍ୟ ଘଟଣାକୁ ନେଇ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା । ବୀରେନ୍ଦ୍ର ଲାକ୍ରାଙ୍କ ନାମକୁ ଅଭିଯୋଗ ଫର୍ଦ୍ଦରୁ ବାଦ୍‌ ଦେଇଥିଲେ ଆଇଆଇସି । ଏବେ ଘଟଣାରେ ସାନି ତଦନ୍ତ କରିବେ ଭୁବନେଶ୍ୱର ଡିସିପି । ତିନି ମାସ ଭିତରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.