ଆଇନଜୀବୀଙ୍କ ବିବାଦର ହେବ କି ସମାଧାନ? କାଲି ହାଇକୋର୍ଟ ବାର୍ ଆସୋସିଏସନର ବସିବ ବୈଠକ

କଟକ (କେନ୍ୟୁଜ୍) : ଆଇନଜୀବୀଙ୍କ ବିବାଦର ହେବ କି ସମାଧାନ? କାଲି ହାଇକୋର୍ଟ ବାର୍ ଆସୋସିଏସନର ବୈଠକ ବସିବ। ସଂଘର ସମସ୍ତ ସଦସ୍ୟ ସାଧାରଣ ବୈଠକରେ ଯୋଗଦେବେ। କାଲି ଦିନ ୧୧ଟା ପରେ ବୈଠକ ବସିବ। ବୈଠକରେ ଯାହା ନିଷ୍ପତ୍ତି ନିଆଯିବ ଘୋଷଣା କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।

high courtହାଇକୋର୍ଟରେ ପହଞ୍ଚିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଓଏ ଅରୁଣ ବୋଥ୍ରା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଓକିଲଙ୍କ ମାଡ଼ ଘଟଣାର ତଦନ୍ତ କରୁଛନ୍ତି କ୍ରାଇମ୍‌ବ୍ରାଞ୍ଚ ଓଏ। ଏହି ମାମଲାରେ ୯ ତାରିଖ ପୂର୍ବରୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପ୍ରତିଦିନ ତଦନ୍ତର ତଦାରଖ କରିବେ ହାଇକୋର୍ଟର ବିଚାରପତି ଜଷ୍ଟିସ ସି ଆର ଦାସ ।