ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ , ଆନ୍ଦୋଳନକୁ ଜୋରଦାର କରିବାକୁ କମିଟିର ନିଷ୍ପତ୍ତି

ସମ୍ବଲପୁର(କେନ୍ୟୁଜ୍) : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ନିଷ୍ପତ୍ତି ନେଇଛିି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ୮ଟି ଓକିଲ ସଂଘର କର୍ମକର୍ତ୍ତାକୁ ନେଇ ସମ୍ବଲପୁରରେ ବୈଠକ ବସିଥିଲା। ବିଧାନସଭାର ଆଗାମୀ ବଜେଟ ଅଧିବେଶନରେ ସ୍ଥାୟୀ ବେଞ୍ଚକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଅର୍ଥ ବରାଦ କରିବାକୁ ଦାବି ହୋଇଛି । ଏହାସହ ସମ୍ବଲପୁର ଓ ଝାରସୁଗୁଡ଼ାରେ ଥିବା ସମସ୍ତ କାରଖାନାକୁ ଯେଉଁ ପାଣି ଯୋଗାଣ ହେଉଛି ତାକୁ ବନ୍ଦ କରିବା ପାଇଁ ଓକିଲ ବୈଠକରେ ନିଷ୍ପତ୍ତି ହୋଇଛି। ଯେତେଦିନ ପର୍ଯ୍ୟନ୍ତ ସ୍ଥାୟୀ ବେଞ୍ଚ ନେଇ ନିଷ୍ପତ୍ତି ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।