ଏଏସଓ ମାମଲା: ଦାୟର ଚୟନ ପ୍ରକ୍ରିୟା ମାମଲାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନାହାଁନ୍ତି ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟରେ ଦାୟର ଏଏସଓ ମାମଲାରେ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନାହାଁନ୍ତି ହାଇକୋର୍ଟ। ଆଜିଠାରୁ ଚାଲିଥିବା ଡ଼କ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଉପରେ ମଧ୍ୟ ଲଗାମ ଲଗାଇ ନାହାନ୍ତି ହାଇକୋର୍ଟ। ଏହା ସହିତ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସଦ୍ୟ ପ୍ରକାଶିତ ଲିଖିତ ପରୀକ୍ଷା ରେଜଲ୍ଟରେ ମଧ୍ୟ ହସ୍ତକ୍ଷେପ କରି ନାହାଁନ୍ତି ଅଦାଲତ। କିନ୍ତୁ ଓପିଏସସିର ୨୦୧୬ ପଲିସି ଅନୁଯାୟୀ ରେଜଲ୍ଟ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ। ଓପିଏସସିର ୨୦୧୬ର ପଲିସି ଅନୁଯାୟୀ ସରକାରଙ୍କୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିଶ କରିବା ପରେ କିଏ କେତେ ମାର୍କ ରଖିଛନ୍ତି ତାହା ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରୀୟ ଲୋକସେବା ଆୟୋଗର ପଲିସିକୁ ଅନୁକରଣ କରିବା ସହିତ ସୁପ୍ରିମକୋର୍ଟଙ୍କ ଗାଇଡ଼ଲାଇନ ଅନୁଯାୟୀ ଓପିଏସସି ସ୍ୱଚ୍ଛ ନିର୍ଭୁଲ ଭାବେ ପରୀକ୍ଷା ପରିଚାଳନା କରୁଥିବା ଓପିଏସସିର ଓକିଲ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଓପିଏସସି ସବୁ କମ୍ପିଟେଟିଭ ପରୀକ୍ଷାରେ ରେଜଲ୍ଟ ପ୍ରକାଶ କରିବା ସହିତ ସମସ୍ତଙ୍କ ମାର୍କ ପ୍ରକାଶ କରି ଆସୁଥିବା ବେଳେ ୨୦୨୨ ରେ ଏହି ପଲିସିରେ ପରିବର୍ତ୍ତନ ଆଣିଥିଲା। ଯେଉଁଥିରେ କି ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ପ୍ରକାଶ ନ କରିବାକୁ ଓଡିଶା ଲୋକସେବା ଆୟୋଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ୨୦୧୬ ପଲିସି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ସୁପାରିଶ କରିବା ପରେ ସମସ୍ତ ଆବେଦନକାରୀଙ୍କ ମାର୍କ ସମେତ ଅନ୍ୟାନ୍ୟ ବିବରଣୀ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଓଡିଶା ହାଇକୋର୍ଟରେ ଏଏସଓ ପରୀକ୍ଷା ସଂକ୍ରାନ୍ତୀୟ ଏହି ମାମଲାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ନେଇ ପିଟିସନ ଦାୟର ହୋଇଥିଲା। ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା କିଛି ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ଏହି ମାମଲା ରୁଜ୍ଜୁ କରିଛନ୍ତି। ଚୟନ ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ଦର୍ଶାଇ ହାଇକୋର୍ଟରେ ଦାୟର ଏକାଧିକ ମାମଲାର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଓପିଏସସି ଦ୍ଵାରା ନିକଟରେ ଏଏସଓ ପରୀକ୍ଷାର ଲିଖିତ ରେଜଲ୍ଟ ପ୍ରକାଶିତ ହୋଇଛି। ୧ଲକ୍ଷ ୪୮ ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ହୋଇଛନ୍ତି କୃତକାର୍ଯ୍ୟ ହୋଇଛନ୍ତି। ୧୪ ତାରିଖ ଠାରୁ ୧୮ ପର୍ଯ୍ୟନ୍ତ ରହିଛି ଡ଼କୁମେଣ୍ଟ ଭେରିଫିକେସନ ରହିଥିବା ବେଳେ ଏହା ପରେ କମ୍ପ୍ୟୁଟର ଟେଷ୍ଟ କରାଯାଇ ଚୂଡାନ୍ତ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। ୭୯୬ ଟି ଏଏସଓ ପଦଵୀ ପାଇଁ ଓପିଏସସି ଏହି ପରୀକ୍ଷା କରୁଛି।

Leave A Reply

Your email address will not be published.