ଭରତପୁର ଥାନା ମାମଲା ହାଇକୋର୍ଟରେ ଶୁଣାଣି, ସେନା କର୍ମଚାରୀଙ୍କ ସହ ବ୍ୟବହାର ନେଇ ଏସଓପି ଆଣିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନାରେ କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ହାଇକୋର୍ଟରେ ଶୁଣାଣି । ଥାନାରେ ସେନା କର୍ମଚାରୀଙ୍କ ସହ ବ୍ୟବହାର ନେଇ ଓଡିଶା ପୋଲିସ ଏସଓପି ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଶୁଣାଣି ସମୟରେ ହାକୋର୍ଟରେ ବରିଷ୍ଠ ଆଇପିଏସ ତଥା ଅତିରିକ୍ତ ଡ଼ିଜି ମୁଖ୍ୟାଳୟ ଦୟାଲ ଗଙ୍ଗୱାର ଉପସ୍ଥିତ ରହିବା ସହିତ ଥାନା ଗୁଡିକରେ ସିସିଟିଭିର ସ୍ଥିତି ନେଇ ସତ୍ୟପାଠ ଦାଖଲ କରିଥିଲେ ।

ରାଜ୍ୟରେ ଥିବା ଥାନା ଗୁଡିକର ସିସିଟିଭି ନେଇ ତଥ୍ୟ ରଖିଛନ୍ତି । ସତ୍ୟପାଠରେ ଦୟାଲ ଗଙ୍ଗୱାର ତଥ୍ୟ ରଖିଛନ୍ତି ଯେ, ରାଜ୍ୟର ୫୯୩ ଥାନା ମଧ୍ୟରୁ ୪୫୬ ଟିରେ ସିସିଟିଭି କାର୍ଯ୍ୟକ୍ଷମ ନଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜରୁରୀ କାଳୀନ ଭିତ୍ତିରେ ସମସ୍ତ ଥାନା ସିସିଟିଭି କାର୍ଯ୍ୟକ୍ଷମ କରାଯାଇଛି । ଏବେ ରାଜ୍ୟର ମାତ୍ର ୧୩ ଟି ଥାନାରେ ସିସିଟିଭି ନାହିଁ । ୧୫ ଦିନ ମଧ୍ୟରେ ଏହି ୧୩ ଟି ଥାନାରେ ସିସିଟିଭି ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୪ ସପ୍ତାହ ମଧ୍ୟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି  । ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୧୨କୁ ତାରିଖ ଧାର୍ଯ୍ୟ କରାଯାଇଛି  । ଏହି ମାମଲାରେ ଦାଏର ହୋଇଥିବା ଇଣ୍ଟରଭେନିଙ୍ଗ ପିଟିସନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ  ।

You might also like