ଦୀପାବଳିରେ ଫୁଟିବ ପରିବେଶ ପ୍ରଦୂଷଣ କରୁନଥିବା ବାଣ, ଅନୁମତି ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ଦୀପାବଳିରେ ଗ୍ରୀନ୍‌ କ୍ରାକର ଫୁଟିପାରିବ । ଏନେଇ ଗ୍ରୀନ୍‌ କ୍ରାକର ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ପେଟ୍ରୋଲିୟମ୍‌ ଆଣ୍ଡ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେସନ୍‌ ବା PESO ଅନୁମତିପ୍ରାପ୍ତ ବାଣ ଫୁଟାଇପାରିବେ । ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ଏକ ରିପୋର୍ଟ ଦେଇଥିଲେ । ବାଣ ବିକ୍ରି ଓ ଫୁଟାଇବା ନେଇ ହାଇକୋର୍ଟରେ ଶୁଣାଣି ହୋଇଥିଲା ।

green crakers 2

ରାଜ୍ୟର କୌଣସି ସ୍ଥାନରେ ନିଷିଦ୍ଧ ବାଣ ବିକ୍ରୀ ପାଇଁ ଅନୁମତି ନାହିଁ । ଏଭଳି ବାଣ ପ୍ରସ୍ତୁତି ବିକ୍ରୀ ଓ ଫୁଟା ଉପରେ କଡା ନଜର ରଖିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ଏଭଳି ବାଣ ପ୍ରସ୍ତୁତି ବିକ୍ରୀ ଓ ଫୁଟା ହେଲେ ଉତ୍ତରଦାୟୀ ରହିବେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର ଓ ସ୍ଥାନୀୟ ଏସପି । ଅନ୍ୟର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରି କେହି ଦୀପାବଳି ମନାଇ ପାରିବେନି ।

ଏଥିରେ ବ୍ୟତିକ୍ରମ ଘଟିଲେ ସୁପ୍ରିମକୋର୍ଟ ଗୁରୁତର ଭାବେ ଗ୍ରହଣ କରିବେ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଅର୍ଜୁନ ଗୋପାଳ ମାମଲାର ରାୟକୁ ଗୁରୁତ୍ୱ ଦେଲେ ଓଡିଶା ହାଇକୋର୍ଟ । ଏ ନେଇ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରି ଜନ ସଚେତନତା ପାଇଁ ଏସଆରସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାହ୍‌ଣ ୫ ଟାରେ ଏସଆରସି କରିବେ ସାମ୍ବାଦିକ ସମ୍ମିଳନୀ କରିବେ । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ ରାଜ୍ୟବାସୀଙ୍କୁ କରିବେ ଅବଗତ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.