ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଇଏଏସ୍ ବିନୋଦ କୁମାରଙ୍କୁ ଆଶ୍ୱସ୍ତି !

vinod kumar

ଭୁବନେଶ୍ବର : ORHDC ଦୁର୍ନିତୀ ମାମଲାରେ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଆଶ୍ୱସ୍ତି। ସାମୟିକ ଆଶ୍ୱସ୍ତି ଦେଲେ ହାଇକୋର୍ଟ। ତଳ କୋର୍ଟଙ୍କ ରାୟ ଉପରେ କାର୍ୟ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ରେ କୋର୍ଟ ଚୂଡାନ୍ତ ରାୟ ଶୁଣାଇବେ। ଆଗରୁ ଅନ୍ୟ ୩ଜଣଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ଓଡ଼ିଶା ରୁରାଲ ହାଉସିଂ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ- ORHDC ଅର୍ଥ ଅନିୟମିତତା ମାମଲାରେ ବିନୋଦ କୁମାରଙ୍କ ସମେତ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୦ ମସିହାରେ ORHDCରେ ୫୫ ଲକ୍ଷ ଟଙ୍କାର ଅନିୟମିତତା ଅଭିଯୋଗ ହୋଇଥିଲା । ବିନୋଦ କୁମାର ସେତେବେଳେ ORHDC ର ନିର୍ଦ୍ଦେଶକ ଥିଲେ। ଏବେ ଉଚ୍ଚଶିକ୍ଷା ବିଭାଗର  OSD ଅଛନ୍ତି। କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରଠାରୁ ସେ ଫେରାର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.