କଟକରେ ନକଲି ଔଷଧ କାରବାର ମାମଲା; ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ

କଟକ(କେନ୍ୟୁଜ୍): ନକଲି ଔଷଧ କାରବାର ମାମଲାରେ ଚଞ୍ଚଲ ଜଲାନ ଓ ବର୍ଷାରାଣୀ କ୍ୟାଲଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଆବେଦନକାରୀ ତଦନ୍ତରେ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି।

ନକଲି ଔଷଧ କାରବାର ଅଭିଯୋଗକୁ ନେଇ ମାଣିକଘୋଷ ବଜାର ସ୍ଥିତ ଭିଆର ଡ୍ରଗ୍‌ ଏଜେନ୍ସି ଓ ଯାଉଁଳିଆପଟି ସ୍ଥିତ ପୂଜା ଏଣ୍ଟରପ୍ରାଇଜେସ୍‌ର ୪ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଭିଆର ଡ୍ରଗ୍‌ ଏଜେନ୍ସିର ମାଲିକ ବର୍ଷାରାଣୀ କ୍ୟାଲ୍‌ ଓ ତାଙ୍କ ପୁଅ ରାହୁଲ କୁମାର କ୍ୟାଲ୍‌, ପୂଜା ଏଣ୍ଟରପ୍ରାଇଜେସ୍‌ର ମାଲିକ ସଞ୍ଜୟ ଜଲାନ୍‌ ଓ ତାଙ୍କ ପତ୍ନୀ ଚଞ୍ଚଲ ଜଲାନ୍‌ଙ୍କ ନାଁରେ ପୁରୀଘାଟ ଥାନା ପୋଲିସ ମାମଲା ରୁଜୁ କରିଥିଲା । ପରେ ଗିରଫଦାରୀ ଏଡ଼ାଇବା ପାଇଁ ଦୁଇ ଆବେଦନକାରୀ ହାଇକୋର୍ଟରେ ଦୁଇଟି ପୃଥକ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ ।

 

Leave A Reply

Your email address will not be published.