ଆଇଆର୍ ବି ବାଟାଲିୟନ ସିପାହୀ କନେଷ୍ଟବଳ ନିଯୁକ୍ତି ବିବାଦ ମାମଲା, ଓଭରଏଜ ପ୍ରାର୍ଥୀଙ୍କୁ ତିନିବର୍ଷ କୋହଳ ଦେଲେ ହାଇକୋର୍ଟ

କଟକ : ଆଇ ଆର୍ ବି ବାଟାଲିୟନ ସିପାହୀ କନେଷ୍ଟବଳ ନିଯୁକ୍ତି ବିବାଦ ମାମଲାରେ ଓଭରଏଜ ପ୍ରାର୍ଥୀମାନଙ୍କୁ ମିଳିଛି ଆଶ୍ୱସ୍ତି । ଆଜି ହାଇକୋର୍ଟରେ ଏହି ମାମଲାର ଶୁଣାଣୀ ହୋଇଥିଲା । ବୟସ ସୀମା ତିନି ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ବସିଥିଲା । ବୈଠକରେ ବୟସ ସୀମା ତିନିବର୍ଷ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । କୋର୍ଟରେ ମାମଲାର ଶୁଣାଣୀ ବେଳେ ଏହି ନିଷ୍ପତ୍ତି ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରିଥିଲେ ଆଡଭୋକେଟ ଜେନେରାଲ । ଏହି ନିଷ୍ପତ୍ତିକୁ ଗ୍ରହଣ କରି ବୟସ ସୀମା ତିନି ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।