ପୁରୀ ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କଲେ ହାଇକୋର୍ଟ, ନିୟମକୁ ଅଣଦେଖା ହୋଇଥିବାର ଅଭିଯୋଗ ହୋଇଥିଲି

ଓଡିଶା ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିବା ବେଳେ ପୁରୀ ଜିଲ୍ଲା ପୋଲିସ ସିଲେକ୍ସନ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖି ପାରିବେ ବୋଲି କହିଛନ୍ତି।

କଟକ(କେନ୍ୟୁଜ୍): ରାଜ୍ୟରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ହୋମଗାର୍ଡମାନଙ୍କୁ ଏଥିରେ ନିଯୁକ୍ତି କ୍ଷେତ୍ରରେ ଥିବା ସଂରକ୍ଷଣ ନିୟମକୁ ଅଣଦେଖା ହୋଇଥିବାର ଅଭିଯୋଗ କରି ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ପୁରୀ ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଛନ୍ତି।

ଓଡିଶା ହାଇକୋର୍ଟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିବା ବେଳେ ପୁରୀ ଜିଲ୍ଲା ପୋଲିସ ସିଲେକ୍ସନ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖି ପାରିବେ ବୋଲି କହିଛନ୍ତି। କିନ୍ତୁ ହାଇକୋର୍ଟରେ ଆଗତ ଏହି ରିଟ ପିଟିସନର ଚୂଡାନ୍ତ ରାୟ ପରେ ପୁରୀ ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପରୀକ୍ଷାର ଫଳାଫଳ ଘୋଷଣା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

ଲକ୍ଷ୍ମୀପ୍ରିୟା ଭୋଇଙ୍କ ପକ୍ଷରୁ ଆଗତ ଏହି ରିଟ ପିଟିସନକୁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ଏହି ମକଦ୍ଦମା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.