ସ୍ୱରେଜ କାମ ବେଳେ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଉଦ୍‌ବେଗ: ଠିକା କମ୍ପାନୀ ଶ୍ରମିକଙ୍କୁ ସମାନ ଭାବେ ଟଙ୍କା ଦେବାକୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ସ୍ୱେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଓ ବିପଦଶଙ୍କୁଳ ଅବସ୍ଥାରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଭୁବନେଶ୍ୱରରେ ସ୍ୱେରେଜ କାମ ବେଳେ ଦୁଇ ମୃତ ଶ୍ରମିକଙ୍କ ପରିବାରଙ୍କୁ ଠିକା କମ୍ପାନୀ ଦେଇଥିବା ୨୧ ଲକ୍ଷ ଟଙ୍କା ସମାନ ଭାବରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ରେ ହେବ । ସେହିପରି ରାୟଗଡ଼ା ଟିକିରି ଥାନା ଅଞ୍ଚଳରେ ଅକ୍ଟୋବର ୨୦ରେ ଶୌଚାଳୟ କାମ କରୁଥିବା ବେଳେ ୩ ଜଣଙ୍କର ମୃତ୍ୟୁ ସମ୍ପର୍କରେ ଆମିକସ କ୍ୟୁରୀ କୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଅବଗତ କରାଇଛନ୍ତି ।

ହାଇକୋର୍ଟ ଏ ସମ୍ପର୍କରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେହିଭଳି କନ୍ଧମାଳରେ ସ୍ୱେରେଜ ଟାଙ୍କିରେ ଦୁଇ ଜଣଙ୍କର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟଣାରେ ପୂର୍ବରୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇ ଥିଲା । ହେଲେ ଏଯାଏ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇନାହିଁ । ଏ ସମ୍ପର୍କିତ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକ,ଭୁବନେଶ୍ୱର ସ୍ୱେରେଜ ଲାଇନରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଜବାବ ଉପରେ ଆମିକସ କ୍ୟୁରୀ ପ୍ରତିଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.