ରଥ ନିର୍ମାଣ କାମ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଠିକ ସମୟରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏନେଇ ଆଇନଜୀବୀ ଜୟନ୍ତ ବଳଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ସଠିକ ସମୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟ କହିଛନ୍ତି । ଶୁଣାଣି ବେଳେ ରଥ ନିର୍ମାଣ କାମ ଆଗେଇ ଚାଲିଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି ଆଡଭୋକେଟ ଜେନେରାଲ ଅଶୋକ ପରିଜା ।

rathanirmanସେପଟେ ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ କାମର ଆଉ ଏକ ପର୍ଯ୍ୟାୟ । ପୁରୀ ରଥଖଳାରେ ଆରମ୍ଭ ହୋଇଛି ସିଙ୍ଗଡାବାଡ଼ିଆ କାର୍ଯ୍ୟ। ଚକ ପାଇଁ ନିର୍ମିତ ତୁମ୍ବରେ ଅର ସଂଯୋଗ କରୁଛନ୍ତି ଭୋଇ ସେବାୟତ। ପ୍ରତ୍ୟେକ ୪୨ଟି ଚକର ତୁମ୍ବ ଗୁଡିକରେ ୧୨ଟି ଲେଖାଏ ଅରଅଖି ସଂଯୋଗ କରାଯାଇଛି । ଆସନ୍ତା ୧୫ ତାରିଖରେ ପଡୁଥିବା ଭଉଁରୀ ପର୍ବ ଅବସରରେ ୩ଟି ରଥର ଦୁଇଟି ଲେଖାଏ ଚକ ନିର୍ମିତ ହୋଇ ଅଖ ସଂଯୋଗ କରାଯିବାକୁ ଥିବାରୁ ଏହି କାର୍ଯ୍ୟ ବେଶ ଗୁରତ୍ୱ ରଖୁଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.