ଘରୋଇ ବିଦ୍ୟାଳୟରେ ୨୫ ପ୍ରତିଶତ ଗରିବ ପିଲାମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବେ,ଜୁନ ୧ ସୁଦ୍ଧା ପଦକ୍ଷେପ ନିଅ: ହାଇକୋର୍ଟ

ଆଜି ମାମଲାର ଶୁଣାଣି କରି ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକ କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଟକ(କେନ୍ୟୁଜ୍): ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ଥିବା ଘରୋଇ ବିଦ୍ୟାଳୟରେ ୨୫ ପ୍ରତିଶତ ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲାମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ୨୦୦୯ ମସିହାରୁ ବ୍ୟବସ୍ଥା ଥିବାବେଳେ ଏହାକୁ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ଜୁନ ମାସ ୧ ତାରିଖ ସୁଦ୍ଧା ଏ ନେଇ ପଦକ୍ଷେପ ନେବାକୁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏବେ ପ୍ରତ୍ୟେକ ବର୍ଷ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆର୍ଥିକ ଅନଗ୍ରସର ପିଲା ମାନଙ୍କର ୨୫% ସଂରକ୍ଷଣ ସ୍ଥାନରେ ଆଡ଼ମିସନ କରାଯାଉଛି। ହେଲେ ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିଲା ପରେ ନବମ ଶ୍ରେଣୀ ରୁ ଅଭିଭାବକ ମାନେ କିପରି ତାଙ୍କର ପିଲାଙ୍କୁ ଏତେ ପରିମାଣରେ ଅର୍ଥ ଖର୍ଚ୍ଚ କରି ବେସରକାରୀ ସ୍କୁଲରେ ପାଠ ପଢ଼ାଇବେ ବୋଲି ପ୍ରଶ୍ନ ଉଠୁଛି। ଏଭଳି ସ୍ଥିତିରେ ବାଧ୍ୟ ହୋଇ ସେମାନେ ପାଠ ଛାଡ଼ିବେ । ତେଣୁ ଓଡିଶା ଅଭିଭାବକ ମହାସଂଘ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ବହୁ ଦିନରୁ ଦାବୀ କରି ଆସୁଛି ।

ସେପଟେ ଦିଲ୍ଲୀ ଓ ପଡୋଶୀ ଛତିଶଗଡ ସହିତ ଅନେକ ରାଜ୍ୟ ଏହି ବ୍ୟବସ୍ଥାକୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିସାରିଲେଣି l ସମସ୍ୟା ର ଗୁରୁତ୍ୱ କୁ ଅନୁଭବ କରି ସରକାର ଙ୍କୁ ବାରମ୍ବାର ନିବେଦନ ପରେ କାର୍ଯ୍ୟକାରୀ ନହେବାରୁ ଓଡିଶା ଅଭିଭାବକ ମହାସଂଘ ତରଫରୁ ଅଧକ୍ଷ ବାସୁଦେବ ଭଟ୍ଟ ଏକ ଜନସ୍ୱାର୍ଥ ମାମଲା ମାନ୍ୟବର ହାଇକୋର୍ଟଙ୍କ ନିକଟରେରେ ଦାଖଲ କରିଥିଲେ। ଆଜି ମାମଲାର ଶୁଣାଣି କରି ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ ଓ ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକ କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କି ନିଷ୍ପତ୍ତି ନିଆଯାଇଛି, ସେ ସମ୍ପର୍କରେ ହାଇକୋର୍ଟଙ୍କ ନିକଟରେ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ରହିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.