ଇନଫୋସିଟି ଅଞ୍ଚଳରେ ଗଣଦୁଷ୍କର୍ମ ମାମଲା: ପୀଡ଼ିତା ଓ ତାର ମାକୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଇନଫୋସିଟି ଅଞ୍ଚଳରେ ଗଣଦୁଷ୍କର୍ମ ମାମଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ପୀଡ଼ିତା ଓ ତାର ମାକୁ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ । ଏଭଳି ଜଘନ୍ୟ ଅପରାଧରେ କୌଣସି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏହାସହ ତଦନ୍ତର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ନଭେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ଅକ୍ଟୋବର ୬ ତାରିଖରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଏହାସହ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ଏହି ସତ୍ୟପାଠରେ ପ୍ରାର୍ଥନା କରାଯାଇଛି । କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତ ଭାର ଦିଆଯାଇଛି । ୪ ଜଣ ଇନିସପେକ୍ଟର ଏସପିଙ୍କୁ ସହଯୋଗ କରୁଛନ୍ତି । ଅଭିଯୁକ୍ତ ମାନଙ୍କୁ ପଚରଉଚୁରା କରାଯାଇଛି ଏବଂ ବୟାନ ରେକର୍ଡ ହୋଇଛି । ସେମାନଙ୍କ ପଲିଗ୍ରାଫ୍‌ ପରୀକ୍ଷା ମଧ୍ୟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ଘଟଣା ଘଟିବାର ୪ ମାସ ପରେ ମାମଲା ଦାୟର ହୋଇଥିବାରୁ “ବାୟୋଲୋଜିକାଲ” ପ୍ରମାଣ ପାଇବାରେ ସମସ୍ୟା ହେଉଛି । ସିବିଆଇ କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯିବାର ଆବଶ୍ୟକତା ନଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.