ରାଜ୍ୟ

ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କୁ ଆଶ୍ବସ୍ତି, ଏକମାସ ମଧ୍ୟରେ ପଦୋନ୍ନତି ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଆଇପିଏସ ଅଫିସର ସତୀଶ ଗଜଭିୟେଙ୍କ କାର୍ଯ୍ୟାନୁଷ୍ଠାନ ଘଟଣାରେ ଗଜଭିୟେଙ୍କୁ ଏକମାସ ମଧ୍ୟରେ ପଦୋନ୍ନତି ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ମାସ ମଧ୍ୟରେ ୨୦୦୨ ବ୍ୟାଚର ଏହି ଆଇପିଏସଙ୍କୁ ତାଙ୍କ ବ୍ୟାଚର ଆଇପିଏସଙ୍କ ସହ ପଦୋନ୍ନତି ଦେବାକୁ କୁହାଯାଇଛି। ୨୦୦୭ ମସିହାରେ ମାଲକାନଗିରି ଏସପି ଥିବା ବେଳେ ମାଓବାଦୀକୁ ଧରିବା ନେଇ ହୋଇଥିବା ପୁରସ୍କୃତ ଅର୍ଥ ଘୋଟଲା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା।

୨୦୦୭ ଜୁଲାଇ ୨୫ ତାରିଖରେ ଶ୍ରୀରାମୁଲୁ ଶ୍ରୀନିବାସ ନାମକ ମାଓବାଦୀ ଗିରଫ ହୋଇଥିଲେ। ଏହି ଗିରଫ ଘଟଣାରେ ଓଡ଼ିଶା ସରକାର ୩ ଲକ୍ଷ ୫୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ। ସେହି ଟଙ୍କାରୁ ୧ ଲକ୍ଷ ୫୫ ହଜାର ୬ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବାକି ଟଙ୍କା ସ୍ଥାନୀୟ ଇନଫରମର ଙ୍କୁ ପ୍ରଦାନ କରାଯାଇଥିଲା। ତେବେ ପୋଲିସ କର୍ମଚାରୀ ପୁରସ୍କାର ଅର୍ଥ ପାଇ ନଥିବା ଗୃହ ବିଭାଗରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗର ତଦନ୍ତ କରି ୨୦୧୫ ନଭେମ୍ବର ୭ ତାରିଖରେ ସତୀଶ ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେବେଠାରୁ ମୁଖ୍ୟଳୟରେ ବସିଥିଲେ ସତୀଶ। ସମସ୍ତ ପଦୋନ୍ନତି ବି ବନ୍ଦ ହୋଇ ରହିଥିଲା। ୨୦୦୨ ବ୍ୟାଚର ଆଇପିଏସ ଅଫିସର ସତୀଶ ଗଜଭିୟେ ଏହାକୁ ଚାଲେଞ୍ଜ କରି ପ୍ରଥମେ କଟକ କ୍ୟାଟ ବେଞ୍ଚରେ ପିଟିସନ ଦାୟର କରିଥିବା ବେଳେ ପରେ ଏହି ମାମଲା କ୍ୟାଟର ଦିଲ୍ଲୀ ମୁଖ୍ୟ ବେଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା। ୨୦୧୮ ଅଗଷ୍ଟ ୧୦ ତାରିଖରେ କ୍ୟାଟ ରାୟ ଦେଇ କାର୍ଯ୍ୟାନୁଷ୍ଠାନ ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। କ୍ୟାଟଙ୍କ ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ସତୀଶ ଗଜଭିୟେ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

56 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago