ଜୟପୁର ହାଜତ ମୃତ୍ଯୁ ମାମଲାରେ ମୃତକ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ ହାଇକୋର୍ଟଙ୍କ ରାୟ, ରାଜ୍ୟ ସରକାରଙ୍କୁ ଦେଇଛନ୍ତି ନିର୍ଦ୍ଦେଶ

କୋରାପୁଟ ଜିଲ୍ଲା ଜୟପୁର ପୋଲିସ ଷ୍ଟେସନରେ ୨୦୧୭ ମସିହାରେ ହାଜତ ମୃତ୍ୟୁ ଘଟିଥିଲା। ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ପୋଲିସ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।

କଟକ(କେନ୍ୟୁଜ୍): କୋରାପୁଟ ଜିଲ୍ଲା ଜୟପୁର ପୋଲିସ ଷ୍ଟେସନରେ ଘଟିଥିବା ଆକାଶ ମହୁରିଆ ହାଜତ ମୃତ୍ଯୁ ମାମଲାରେ ହାଇକୋର୍ଟ ଶୁଣାଣି କରି ମୃତକ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବିଣା କୁମାରୀ ମହୁରିଆ, ପ୍ରଦୀପ କୁମାର ମହୁରିଆଙ୍କ ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁର୍ଯ୍ୟକାନ୍ତ ଦାଶ ମାମଲା ପରିଚାଳନା କରୁଥିଲେ।

କୋରାପୁଟ ଜିଲ୍ଲା ଜୟପୁର ପୋଲିସ ଷ୍ଟେସନରେ ୨୦୧୭ ମସିହାରେ ହାଜତ ମୃତ୍ୟୁ ଘଟିଥିଲା। ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ପୋଲିସ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ମାନବିକ ଅଧିକାର କମିଶନ ମାମଲାର ଶୁଣାଣି କରି କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ୪ ଜଣ ପୋଲିସଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା।

କୋରାପୁଟ ଜିଲ୍ଲା ଜୟପୁର ପୋଲିସ ଷ୍ଟେସନର ତତ୍କାଳୀନ ଆଇଆଇସି, ତତ୍କାଳୀନ ଏସଡ଼ିପିଓ ଓ ତତ୍କାଳୀନ ଦୁଇ ଏସଆଇଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୭ ଜାନୁଆରୀ ୩୦ ତାରିଖ ଦିନ ପ୍ରାୟ ୨ଟାବେଳେ କେନାଲ ରୋଡରେ ଆକାଶ ଥିବାନେଇ ଖବର ପାଇ ଜୟପୁର ଟାଉନ ପୋଲିସ ପିଛା କରୁଥିଲା। ପୋଲିସ ହାତରୁ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଗାଡି ପଡିଯିବାରୁ ତାହାର ଗୋଡ, ପିଠି ଓ ମୁଣ୍ତରେ ଗୁରତର ଆହତ ଲାଗିଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ପ୍ରଥମେ ଜୟପୁର ଉପକଣ୍ଠ ମେଡ଼ିକାଲ ପରେ କୋରାପୁଟ ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ ଘଟିଥିଲା।

ଆକାଶ ମହୁରିଆ ମୃତ୍ୟୁ ମାମଲାରେ ୪ ପୋଲିସ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି ଓଡ଼ିଶା ମାନଧିକାର ଆୟୋଗର ଦ୍ବାରସ୍ଥ ହୋଇଥିଲେ ପରିବାରବର୍ଗ। ଆକାଶ ମା ପ୍ରବିଣା ମହୁରିଆ ଦର୍ଶାଇଥିଲେ ଯେ ୨୦୧୭ ମସିହା ୩୦ ତାରିଖ ଦିନ ୧୨ରୁ ୧ଟା ବେଳେ ଆଇଆଇସି ତପନ ରଥ ଓ ଏସଆଇ ଶିବ ସାହୁଙ୍କ ସମେତ ୨୦ରୁ ୩୦ ପୋଲିସ କର୍ମଚାରୀ ଗାନ୍ଧି ଛକ କେନାଲ ରୋଡରେ ମିଥ୍ୟା ଅଭିଯୋଗ ଆଣି ଅତି ନିସ୍ତୁକ ଭାବେ ପିଟି ପିଟି ମାରି ଦେଇଥିଲେ ବୋଲି ଅଭିଯୋଗ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.