ରାଜ୍ୟ

ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ ହେବା ସହିତ ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ OPSCକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଦାୟର ରିଟ୍ ଅପିଲର ଶୁଣାଣି ଶେଷ କରି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଗତ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସତ୍ୟବ୍ରତ ନାୟକ, କବିତା ଜେନା ଓ ଅନ୍ୟମାନଙ୍କ ତରଫରୁ ଦାୟର ଦୁଇ ରିଟ୍ ଅପିଲର ଶୁଣାଣି ହୋଇଥିଲା। ଅଗଷ୍ଟ ୯ରେ ଦୁଇ ଜଣିଆ ଖଣ୍ଡପୀଠ ଦୁଇ ରିଟ୍ ଅପିଲକୁ ବିଚାର ଗ୍ରହଣ କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହିତ ଜଣିକିଆ ବିଚାରପତିଙ୍କ ୨୦୨୩ ମେ ୧୯ ଓ ଜୁଲାଇ ୩୧ର ରାୟକୁ ରିଟ୍ ଅପିଲର ଚୂଡାନ୍ତ ରାୟ ପ୍ରକାଶ ପର୍ଯନ୍ତ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେତେକ ପ୍ରାର୍ଥୀ ପୂର୍ବରୁ ରିଟ୍ ଅପିଲ ଦାୟର କରିଥିବା ବେଳେ ଓପିଏସସି ଜଣିକିଆ ବିଚାରପତିଙ୍କ ରାୟ ବିରୋଧରେ ରିଟ୍ ଅପିଲ ଦାୟର କରିଥିଲା।।

 

.

Sonalisa

Recent Posts

ଭାରସାମ୍ଯ ହରାଇ ଓଲଟିଲା ଯାତ୍ରୀବାହୀ ବସ, ୬ ଗୁରୁତର

ଜଳେଶ୍ବର (କେନ୍ୟୁଜ): ପଶ୍ଚିମବଙ୍ଗର ୧୬ ନମ୍ବର ଜାତୀୟ ରାଜପଥ ନାରାୟଣଗଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବିଳମ୍ବିତ…

2 mins ago

ଜଳପ୍ରପାତରେ ଗାଧୋଇବା ପାଇଁ ପ୍ଲାନ୍‌ କରିଥିଲେ ସବୁ ସାଙ୍ଗ, କିନ୍ତୁ ଚାଲିଗଲା ଜଣଙ୍କ ଜୀବନ

ରାୟଗଡ଼ା(କେନ୍ୟୁଜ): ମୃତ୍ୟୁ କେତେବେଳେ ଯେ ଆସେ ତାର ସମୟ ନଥାଏ । ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । କିନ୍ତୁ…

3 mins ago

ପେଟ୍ରୋଲ ଓ ଡିଜେଲ ଦରରେ ହେଲା ପରିବର୍ତ୍ତନ, ଜାଣନ୍ତୁ ଆଜିର ରେଟ୍‌

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୭ ପଇସା ରହିଛି ।…

54 mins ago

ପୁଣି ଆକାଶଛୁଆଁ ସୁନା ଦର, ଜାଣନ୍ତୁ କେଉଁ ସହରରେ କେତେ ଦାମ୍‌ ?

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

1 hour ago

ସଜେଇ ହେଲାଣି ଜନତା ମୈଦାନ: କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରହିଛି ସାରା ଓଡିଶାର ନଜର

ଭୁବନେଶ୍ୱର (କେନ୍ୟୁଜ): କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୧୦ ତାରିଖ ସକାଳ ୧୦ଟାରେ ବସିବ ବିଜେପି ବିଧାୟକ…

1 hour ago

ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ, କିଛି ଦିନ ହେଲା ଥିଲେ ଅସୁସ୍ଥ

ହାଇଦ୍ରାବଦ : ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ । ୮୭ ବର୍ଷ ବୟସରେ ହାଇଦ୍ରାବଦର ଘରୋଇ ହସ୍ପିଟାଲରେ ତାଙ୍କର…

2 hours ago