ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ, ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ। ଲାଇଭ୍‌ ଟେଲିକାଷ୍ଟ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟରେ କେଉଁ ମାମଲାର କ’ଣ ଶୁଣାଣି ହେଉଛି ତାହା ଘରେ ବସି ଦେଖିପାରିବେ। ଏନେଇ ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁ ମାମଲା ଟେଲିକାଷ୍ଟ କରାଯିବ ଏବଂ କେଉଁ ମାମଲାର କରାଯିବ ନାହିଁ ସେ ସମ୍ପର୍କରେ ସୂଚନା ଦିଆଯାଇଛି । ଲାଇଭ୍‌ ଟେଲିକାଷ୍ଟ ପାଇଁ ଏକ ୱେବ୍ ପୋର୍ଟାଲ ଜାରି କରାଯିବ ।

ଯେଉଁଥିରେ ହାଇକୋର୍ଟର ବିଭିନ୍ନ ମାମଲାର ପ୍ରସାରଣ କରାଯିବ। ଏଥିରେ ଅଡିଓ ଏବଂ ଭିଜୁଆଲ ରହିବ । ଲାଇଭ୍‌ ଟେଲିକାଷ୍ଟ ମାମଲା ୨ ମିନିଟ୍‌ ବିଳମ୍ବରେ ଦେଖାଯିବ। ବୈବାହିକ ମାମଲା, ଯୌନ ନିର୍ଯାତନା, ଦୁଷ୍କର୍ମ ଭଳି ମାମଲାର ଲାଇଭ୍‌ ଉପରେ କଟକଣା ରହିବ । କୌଣସି ମାମଲାର ଲାଇଭ୍‌ ଷ୍ଟ୍ରିମିଂକୁ ବିଚାରପତି ଚାହିଁଲେ ବନ୍ଦ କରିପାରିବେ । ଲାଇଭ୍‌ ଷ୍ଟ୍ରିମିଂ ସମୟରେ କୌଣସି ଚାଟିଂ ବା ଲାଇଭ୍‌ କମେଣ୍ଟ ପାଇଁ ଅନୁମତି ଦିଆଯିବ ନାହିଁ । ଲାଇଭ୍‌ ଷ୍ଟ୍ରମିଂର କପି କାହାକୁ ପ୍ରଦାନ କରାଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.