ପିଲା ଚୋରୀ ହାଇଡ୍ରାମା, ଶାଶୂଘରକୁ ଭୂଆଁ ବୁଲାଇବା ପାଇଁ ଶିଶୁ ଚୋରି ଅଭିଯୋଗ

ବ୍ରହ୍ମପୁର ଶାଶୂଘରକୁ ଭୂଆଁ ବୁଲାଇବାକୁ ଶିଶୁ ଚୋରି ଅଭିଯୋଗ। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶିଶୁ ଚୋରି ଅଭିଯୋଗ ଆଣି ହଲାପଟା କରିଛନ୍ତି ଜଣେ ମହିଳା। ବ୍ରହ୍ମପୁର ଅଞ୍ଚଳର ମହିଳା ଜଣକ ଇଚ୍ଛାପୁରମରେ ବିବାହ କରିଥିଲେ।

ବ୍ରହ୍ମପୁର(କେନ୍ୟୁଜ): ବ୍ରହ୍ମପୁର ଶାଶୂଘରକୁ ଭୂଆଁ ବୁଲାଇବାକୁ ଶିଶୁ ଚୋରି ଅଭିଯୋଗ। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶିଶୁ ଚୋରି ଅଭିଯୋଗ ଆଣି ହଲାପଟା କରିଛନ୍ତି ଜଣେ ମହିଳା। ବ୍ରହ୍ମପୁର ଅଞ୍ଚଳର ମହିଳା ଜଣକ ଇଚ୍ଛାପୁରମରେ ବିବାହ କରିଥିଲେ।

ଗର୍ଭବତୀ ହୋଇଥିବା ନେଇ ଶାଶୂଘରକୁ ଜଣାଇ ଡାକ୍ତରୀ ପରୀକ୍ଷା ପାଇଁ ବ୍ରହ୍ମପୁରକୁ ଆସିଥିଲେ। କିଛି ଦିନ ପରେ ପୁଣି ଶାଶୂଘରକୁ ଯିବା ପରେ ସେମାନେ ମେଡିକାଲ ସମ୍ପର୍କିତ କାଗଜପତ୍ର ଦେଖିବାକୁ ମାଗିଥିଲେ। ତେବେ ସେ ଏହାକୁ ତାଙ୍କ ବାପଘରେ ଛାଡ଼ିଆସିଥିବା କହିଥିଲେ। ଦଶମାସ ପରେ ଶାଶୂଘର ଲୋକେ ଏସଂପର୍କରେ ପଚାରିବାକୁ ସେ ବାହାନା କରି ବାପଘର ବ୍ରହ୍ମପୁର ଆସିଥିଲେ।

ଶନିବାର ରାତିରେ ପ୍ରସବ ବେଦନା ହେଉଥିବା କହି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା। ଡାକ୍ତରଖାନାରେ କିନ୍ତୁ ମୁଣ୍ଡ ବୁଲାଉଥିବା ଓ ଅଣ୍ଟା ପିଠି ଯନ୍ତ୍ରଣା ହେଉଥିବା କହି ଚିକିତ୍ସିତ ହେଉଥିଲେ। ରବିବାର ସକାଲେ ସେ ମହିଳା ଓ ପ୍ରସୂତି ୱାର୍ଡକୁ ଯାଇ ସେଠାରେ ତାଙ୍କର ଶିଶୁ ଜନ୍ମ ହୋଇଥିବା ନେଇ ସମ୍ପର୍କୀୟଙ୍କୁ ଫୋନ୍‌ କରି ଜଣାଇଥିଲେ। କିଛି ସମୟ ପରେ ପିଲାଟି ମରି ଯାଇଥିବା ଜଣାଇଥିଲେ।

କିନ୍ତୁ ଶାଶୂଘର ଲୋକେ ମୃତ ଶିଶୁର ସତ୍କାର କରିବାକୁ କହିବାରୁ ମହିଳା ଜଣକ ନୂଆ ନାଟକ କରିଥିଲେ। ଡାକ୍ତର ତାଙ୍କ ନବଜାତ ଶିଶୁକୁ ମୃତ ଘୋଷଣା କରିବା ସହ କାଗଜପତ୍ର ମଧ୍ୟ ଆଶାକର୍ମୀ ନେଇଯାଇଥିବା ଅଭିଯୋଗ କରିଥିଲେ। ଏନେଇ ମେଡିକାଲ ପୋଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ କିନ୍ତୁ ମହିଳା ଜଣକ ସଂପୂର୍ଣ୍ଣ ମିଛ କହିଥିବା ଜଣାପଡ଼ିଥିଲା। ଶେଷରେ ମହିଳାଜଣଙ୍କ ପାଖରୁ ଅଣ୍ଡରଟେକିଂ ନେଇ ପୋଲିସ ଛାଡ଼ିଥିଲା।.

You might also like