ମହିଳାଙ୍କ ହାଇ ଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଟକାଇଲେ

ଭୁବନେଶ୍ବର : ଭୁବନେଶ୍ବର ରସୁଲଗଡ଼ ଛକରେ ମହିଳାଙ୍କ ହାଇ ଡ୍ରାମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାରକେଡକୁ ଅଟକାଇଲେ ମହିଳା । ରସୁଲଗଡ଼ ଛକରେ ହଠାତ ଜଣେ ମହିଳା ରାସ୍ତା ମଝିକୁ ଆସି କାରକେଡ ଅଟକାଇବାକୁ ଚେଷ୍ଟା କରିଥିଲେ । ମହିଳାଙ୍କ ପାଇଁ କିଛି ସମୟ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକିଯାଇଥିଲା । ପରେ ପୋଲିସ ସଂପୃକ୍ତ ମହିଳାଙ୍କୁ ବୁଝା ସୁଝା କରି ରାସ୍ତାରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଯାଇଥିଲା । ସୂଚନା ଅନୁଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗସ୍ତ ପାଇଁ ରସୁଲଗଡ଼ ଛକରେ ପୋଲିସ ଯାତାୟାତ ବନ୍ଦ କରିଥିଲା । ଫଳରେ ଲୋକମାନେ ରାସ୍ତାରେ କିଛି ସମୟ ପାଇଁ ଅଟକିଥିଲେ । ଏହି ସମୟରେ ସଂପୃକ୍ତ ମହିଳା ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ଆସି ହଂଗାମା କରିଥିଲେ ।

You might also like