ବନ୍ଧା ହେଲେ ବଣ୍ଟି-ବବଲି ଯୋଡ଼ି, ହାଇପ୍ରୋଫାଇଲ ଠକ ଦମ୍ପତି ଗିରଫ

ଭୁବନେଶ୍ବର : ବନ୍ଧା ହେଲେ ବଣ୍ଟି-ବବଲି ଯୋଡ଼ି । ଭୁବନେଶ୍ବର ଇନଫୋସିଟି ଥାନା ପୋଲିସ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କୁ ଗିରଫ କରିଛି । ଦୁଇ ଜଣ ନିଜକୁ ଭିଭିଆଇପିଙ୍କ ସଂପର୍କୀୟ କହି ବିଭିନ୍ନ ଲୋକଙ୍କୁ ଠକୁଥିଲେ। ଗିରଫ ଦମ୍ପତି ହେଲେ ହଂଶିତା ଅଭିଲିପ୍ସା ଓ ଅନୀଲ ମହାନ୍ତି । ଦୁଇ ଜଣ ନିଜକୁ ହାଇପ୍ରୋଫାଇଲ ଭିଭିଆଇପିଙ୍କ ସମ୍ପର୍କୀୟ କହି ଠକୁଥିଲେ । ଏନେଇ ବହୁ ଅଭିଯୋଗ ଆସିଥିଲା । ବିଏନଏସର ଧାରା ୩୨୯(୩),୩୧୯(୨),୩୧୮(୪), ୬୨, ୩ (୫)ରେ ମାମଲା ରୁଜୁ କରାଯାଇଛି ।

ଅନିଲ ମହାନ୍ତିଙ୍କ ଦୁଇ କମ୍ପାନୀ ରହିଛି। ଏକାଧିକ ମାମଲା ଆସିଥିଲା। ଅନିଲ ମହାନ୍ତି ଭୁବନେଶ୍ୱରର ହୋଇଥିବା ବେଳେ ହଂଶିତା କଳାହାଣ୍ଡିର, କିନ୍ତୁ ଭୁବନେଶ୍ୱରରେ ରହୁଥିଲେ । ପୋଲିସ ସେମାନଙ୍କ ମୋବାଇଲ ଓ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ୍ ପାଇଛି । ସେମାନଙ୍କ କଲ ଡିଟେଲ ରେକର୍ଡ ଯାଞ୍ଚ କରୁଛି ପୋଲିସ । ଆର୍ଥିକ କାରବାର ନେଇ ଚାଲିଛି ଖୋଳତାଡ ।